ବୋହୂର ମରଣାନ୍ତକ ଆକ୍ରମଣରେ ୯୬ ବର୍ଷୀୟ ଶ୍ୱଶୁର ଗୁରୁତର; ଚିକିତ୍ସାଳୟରେ ଭର୍ତ୍ତି

ପୁରୀ (କେନ୍ୟୁଜ): କବାଟ କିଳି ପିଟିଲା ବୋହୂ। ବୋହୂର ମରଣାନ୍ତକ ଆକ୍ରମଣରେ ଶ୍ୱଶୁର ଗୁରୁତର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ସଦର ଥାନା ଅନ୍ତର୍ଗତ ରାଇଗୋରଡା ପଞ୍ଚାୟତ ନୂଆପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆହତ ବୃଦ୍ଧ ଅପର୍ତ୍ତି ସାହୁ , ବୟସ ୯୬। ୮ ବର୍ଷ ତଳେ ଅପର୍ତ୍ତିଙ୍କ ପତ୍ନୀ ଆରପାରିକୁ ଚାଲିଯାଇଛନ୍ତି।

ଏକମାତ୍ର ପୁଅବୋହୂଙ୍କ ଆଶ୍ରା ନେଇ ବଞ୍ଚୁଥିବା ବୃଦ୍ଧ ଅପର୍ତ୍ତି ଏବେ ନିର୍ଯ୍ୟାତିତ। ଥାନାରେ ଅଭିଯୋଗ କଲେ ପୁଅବୋହୂଙ୍କୁ ପୁଲିସ ବାନ୍ଧିନେଇଯିବ। ଯଦି ସେମାନେ ଜେଲ ଯିବେ ତେବେ ନାତିନାତୁଣୀଙ୍କ ସହ ନିଜେ ବେସାହାରା ହୋଇଯିବେ ବୋଲି କହିଛନ୍ତି ବୃଦ୍ଧ ଅପର୍ତ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.