ପିଶାଚ ବାପାର ନାରକୀୟ କାଣ୍ଡ: ୧୪ ମାସର ଶିଶୁପୁତ୍ରକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଲା

ନୂଆପଡା: ପିଶାଚ ବାପାର ନାରକୀୟ କାଣ୍ଡ । ୧୪ ମାସର ଶିଶୁପୁତ୍ରକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅକୁ ଛୁରୀରେ ଆକ୍ରମଣ । ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା କୋଠିଆପଡା ଗାଁରେ । ଘରୋଇ କଳି କାରଣରୁ ପିଶାଚ ବାପା ୧୪ ମାସର ପୁଅକୁ ପାଣିରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଦେଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଟିଆ ପଡ଼ା ଗାଁରେ କିଶୋର ମାଝି ଘରେ ତାର ସ୍ତ୍ରୀ ନଥିବା ବେଳେ ଶିଶୁପୁତ୍ରକୁ ପାଣିରେ ବୁଡ଼ାଇ ହତ୍ୟା କରିବା ପରେ ୧୦ ବର୍ଷର ଶିଶୁ କନ୍ୟାର ବେକକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ମୃତ ଶିଶୁର ଶବକୁ ଘର ଅଗଣାରେ ଛାଡି ଦେଇ ଫେରାର ହୋଇଯାଇଛି ଅଭିଯୁକ୍ତ । ଗୁରୁତର ଆହତ ଶିଶୁ କନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୋଡେ଼ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାର ଝିଅର ଚିକିତ୍ସା ଚାଲିିଛି । ବୋଡ଼େନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏହା ଏକ ପାରିବାରିକ କଳହରୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବୋଡ଼େନ ଆଇଆଇସି ସୂଚନା ଦେଇଛନ୍ତି ।

You might also like