ଜଘନ୍ୟ ହତ୍ୟାକାଣ୍ଡ: ବାପର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି ବାପ ଭୁଲିଗଲା ରକ୍ତ ସମ୍ପର୍କ । ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ପ୍ରତ୍ୟକ ଦିନ ମଦ୍ୟପାନ କରି ପ୍ରଥମ ସ୍ତ୍ରୀର ପୁଅ ସମରାନ ଡାଙ୍ଗ ଘରେ କଳହ କରୁଥିବାରୁ ଶେଷରେ ବାପ ସନ୍ତୋଷ ଡାଙ୍ଗ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହାଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟ ହୋଇଥିଲା। ପୁରା ଘଟଣାକ୍ରମକୁ ରଫା ଦଫା କରିବାକୁ ଯାଇ ବାପା ସନ୍ତୋଷ ଏବଂ ସାବତ ମା ମୃତ ପୁଅର ହାତ ଗୋଡ଼କୁ ରଶିରେ ବାନ୍ଧି ସ୍ୱାମୀ ସ୍ତ୍ରୀ ଦୁହେଁ ଭାର ସାହଯ୍ୟରେ ନିକଟସ୍ଥ ମାତାଝର ଜଙ୍ଗଲର ଏକ ନାଳରେ ଫିଙ୍ଗି ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଟାଙ୍ଗିଆକୁ ଜବତ କରି ହତ୍ୟାକାରୀ ବାପକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.