ଗଞ୍ଜାମ: ଅତ୍ୟାଚାର ସହିପାରିଲାନି ବାପା, ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି କଲା ହତ୍ୟା

ଗଞ୍ଜାମ : ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ବାପା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଆମ୍ବୁର୍ତୁଳୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜୟ ବିଶୋୟୀ ନିଜ ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ପୁଅ ଜିତେନ୍ଦ୍ର ପ୍ରତିଦିନ ମଦ ପିଇ ବାପା ମାଆକୁ ବାଡ଼େଇଥାଏ ।

ପୁଅର ଏଭଳି ଅତ୍ୟାଚାର ସହିନପାରି ବାପା ଏକ ଠେଙ୍ଗାରେ ପୁଅକୁ ପିଟି ପିଟି ହତ୍ୟା କରିଥିଲେ । ଖବରପାଇ ସୋରଡା ଥାନା ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନ ଏବଂ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.