ନିଷ୍ଠୁର ବାପାର ଅମାନୁଷିକ କାଣ୍ଡ, ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ଫିଙ୍ଗି ଦେଲା ନଦୀକୁ

ବାଲେଶ୍ଵର: ଜଣେ ନିଷ୍ଠୁର ବାପର ଅମାନୁଷିକ କାଣ୍ଡ । ବାଲେଶ୍ଵରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ନଦୀକୁ ଫିଙ୍ଗି ଦେଇଛି ବାପା । ଏହି ଘଟଣାରେ ବାପାକୁ ଅଟକ ରଖିଛି ସହଦେବ ଖୁଣ୍ଟା ଥାନା ପୋଲିସ ।

ଅଭିଯୁକ୍ତ ବାପା କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଭାତ କୁମାର ପଇ । ୭ ବର୍ଷ ପୂର୍ବେ ଯାଜପୁରର ରୋଜାଲିନ୍ ପଇ ନାମକ ଯୁବତୀଙ୍କୁ ପ୍ରେମ ବିବାହ କରି ବାଲେଶ୍ଵର ବାରବାଟିରେ ରହୁଥିଲେ । ପ୍ରଭାତ ପୂର୍ବରୁ ବିବାହିତ ଜାଣିବା ପରେ ରୋଜାଲିନ୍ ଓ ପ୍ରଭାତଙ୍କ ମଧ୍ୟରେ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହେଉଥିଲା। ଯାହାକୁ ନେଇ ରୋଜାଲିନ୍ ନିଜ ଘର ଯାଜପୁର ଚାଲିଯାଇଥିବା ବେଳେ ପ୍ରଭାତ ରୋଜାଲିନଙ୍କୁ ବୁଝା ସୁଝା କରି ନେଇ ଆସିଥିଲେ ।

ତେବେ ଗତକାଲି ରୋଜାଲିନଙ୍କୁ ବୁଲେଇ ନେବ କହି କେଶପୁର ନିକଟରେ ନଇ ପଠାକୁ ତାର ଦୁଇ ମାସର ଶିଶୁ ପୁତ୍ରକୁ ନେଇ ଯାଇଥିଲା । ଏହାପରେ କୌଣସି କାରଣରୁ ଛୁଆଟିକୁ କଚାଡି ଦେଇ ନଦୀକୁ ଫିଙ୍ଗିଦେଇଥିଲା । ପରେ  ଶିଶୁ ପୁତ୍ରକୁ ସେଠାରୁ ଉଦ୍ଧାର କରି ମେଡିକାଲ୍ ନେବାବେଳକୁ ତାର ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ ପରେ ପୋଲିସ ପ୍ରଭାତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.