ଦ୍ୱିତୀୟ ବିବାହ ନିଶାରେ ୨ ପୁଅକୁ ଜୀବନରୁ ଶେଷ କରିଦେଲା ବାପା

ନୟାଗଡ଼: ପିଶାଚ ବାପାର ନାରକୀୟ କାଣ୍ଡ। ବାପାର ଅସଲ ଚେହେରା ଆସିଲା ସମସ୍ତଙ୍କ ସାମ୍ମାକୁ । ଦ୍ୱିତୀୟ ବିବାହ କରିବା ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ । କିଭଳି ନିଜ ସ୍ବାର୍ଥରେ ଅନ୍ଧ ହୋଇ ନେଇଗଲା ଜନ୍ମକଲା ୨ପୁଅର ଜୀବନ । ଦ୍ୱିତୀୟ ବିବାହ କରିବା ପାଇଁ ୨ ପୁଅକୁ ଜୀବନରୁ ଶେଷ କରିଦେଲା ବାପା।

ନୟାଗଡ଼ ଜ଼ିଲ୍ଲା ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ଭୁବନେଶ୍ୱରରେ ଏକ ଦୋକାନ କରି ଚଳୁଥିଲେ। ୧୬ ବର୍ଷ ପୂର୍ବେ ବୈଦିକ ରୀତିରେ ଖଣ୍ଡପଡା ଥାନା କୁଞ୍ଜବେଲି ଗାଁ’ର କୁମା ମହାନ୍ତିକୁ ବିବାହ କରିଥିଲେ। ୨ ବର୍ଷ ତଳେ ସ୍ତ୍ରୀ କୁମ ମହାନ୍ତି ପାରିବାରିକ ଅଶାନ୍ତି କାରଣରୁ ମରିଥିଲେ ବୋଲି କୁହାଯାଇଛି । ତାଙ୍କର ୨ ପୁଅ ଆକାଶ ଓ ବିକାଶ ମାମୁଁ ଘରେ ରହି ଆସୁଥିଲେ । ହେଲେ ୬ ମାସ ତଳେ ବାପା ପ୍ରକାଶ ନିଜ ଭଣଜା ସହ ଯାଇ ପୁଅକୁ ଆଣିଥିଲେ । ତାଙ୍କର ୨ ପୁଅ ଆକାଶ ନବମ ଶ୍ରେଣୀ ରେ ପଢ଼ୁଥିବା ବେଳେ ବିକାଶ ପଞ୍ଚମ ଶ୍ରେଣୀ ରେ ପାଠ ପଢୁଥିଲା।

ରବିବାର ଦିନ ପ୍ରକାଶର ଦ୍ୱିତୀୟ ବିବାହ ପାଇଁ ଭୁବନେଶ୍ୱରରୁ ପ୍ରସ୍ତାବ ଆସିଥିଲା। ଦ୍ୱିତୀୟ ବିବାହ ପାଇଁ ବଡ଼ପୁଅ ଆକାଶ ବିରୋଧ କରୁଥିଲା। ସେହି ରାତିରେ ପ୍ରକାଶ ଓ ତା ମା ସୌରୀ ୨ ପିଲାଙ୍କୁ ହତ୍ୟାପାଇଁ ଯୋଜନା କଲେ । ନିଜ ଘର ଅଜବେଷ୍ଟ ଲୁହା ଆଙ୍ଗଲ ରେ ମାରି ଟାଙ୍ଗିଦେଇଥିଲେ। ମା’ ପୁଅ ମିଶି ୨ ନାବାଳକ ପୁଅ କୁ ହତ୍ୟାକରି ଜୀବନ ହାରିଥିବା ଆଖ୍ୟା ଦେଇଥିଲେ। ହେଲେ ତାଙ୍କର ଏହି କାଣ୍ଡ ଛୁପି ରହି ନଥିଲା ।

ସୋମବାର ଦିନ ଫତେଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା। ନୟାଗଡ sp, ଖଣ୍ଡପଡା SDPO ଓ ଫତେଗଡ଼ ଥାନା IIC ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ଓ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିଥିଲେ। ୨ ନାବାଳକକୁ ମର ଶରୀରକୁ ବ୍ୟବଛେଦ କରି ଡାକ୍ତରୀ ରିପୋର୍ଟ ଆଣିଥିଲେ।

ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଜାଣିବାକୁ ପାଇଥିଲା ଏହା ଜୀବନ ହାରିବା ନୁହେଁ ଏକ ହତ୍ୟାକାଣ୍ଡ। ପୋଲିସ ପ୍ରକାଶ ଓ ମା ସୌରୀ ଉପରେ ସନ୍ଦେହ କରିଥିଲା। ୨ ଜଣଙ୍କୁ ପଚାରିବାରୁ ସେମାନେ ହତ୍ୟା କରିଥିବା କହିଥିଲେ। ପ୍ରକାଶ ହତ୍ୟା କରିଥିବା ବେଳେ ମା ସୌରୀ ସହଯୋଗ କରିଥିଲା। ହତ୍ୟାକାଣ୍ଡ ମାମଲାରେ ଆଜି ୨ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ sp ସୂଚନା ଦେଇଛନ୍ତି। ତଦନ୍ତ ସମୟରେ ଅନ୍ୟ କେହି ସମ୍ପୃକ୍ତ ଥିବା ଜଣାପଡ଼େ ତେବେ ଗିରଫ କରାଯିବ ବୋଲି sp କହିଛନ୍ତି ।

ତେବେ ମା’ ଚାଲିଯିବା ପରେ ୨ ନାବାଳକଙ୍କର ବାପା ହିଁ ଥିଲେ ସବୁକିଛି । କିନ୍ତୁ ସେହି ବାପା ବିବାହ ନିଶାରେ ଏପରି କାଣ୍ଡ କରିବସିବ ସେ ବିଷୟରେ କେହି କଳ୍ପନା କରିନଥିଲେ । ବାପାର ଏହି କୁ ବୁଦ୍ଧିରେ ଜେଜେମା ବି ସାମିଲ ଥିଲା । ସତରେ ବାପ ଦ୍ବିତୀୟ ବାହାଘର ପାଇଁ ନିରୀହ ଛୁଆ ଦୁଇଟି ବଳି ପଡ଼ିଗଲେ ।

 

ଆହୁରି ପଢ଼ନ୍ତୁ :ଅନଲାଇନ ଗେମରୁ ଗଲା ଜୀବନ, ଜୀବନ ହାରିଲେ ଛାତ୍ରୀ