ହୋଲି ପାଲଟିଲା ଅଶୁଭ: ଝିଅ ଘର ସାମ୍ନାରେ ଚାଲିଗଲା ବାପା-ମାଆ ଓ ପୁଅର ଜୀବନ

ଯୋଡ଼ା : ହୋଲି ପାଲଟିଲା ଅଶୁଭ । ରାଜ୍ୟରେ ସବୁ ଆଡେ ହୋଲି ଅବସରରେ ଖୁସି ମନାଉଥିବା ବେଳେ, ଅନ୍ୟପଟେ ଗୋଟିଏ ପରିବାର ପୁରାପୁରି ନିଶ୍ଚିହ୍ନ ହୋଇଯାଇଛି। ଯେପରି ମନେ ହେଉଛି ଚଳିତ ବର୍ଷ ହୋଲି ସେମାନଙ୍କ ପାଇଁ ଅଶୁଭ ହୋଇ ଆସିଥିଲା । କେନ୍ଦୁଝର ଜିଲ୍ଲା ଦୋଳିତ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବାପା-ମାଆ ଓ ପୁଅର ମୃତ୍ୟୁ ହୋଇଛି । ମୃତକ ହେଲେ ଐବନ ପ୍ରଧାନ, ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ।

ସୂଚନା ଅନୁସାରେ ଆଜି ହୋଲି ପାଇଁ ତିନିଜଣ ବାଇକରେ ଝିଅ ଘରକୁ ଯାଉଥିଲେ। ଝିଅ ଘର ସମ୍ମୁଖରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମାଆ, ପୁଅଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଚମ୍ପୁଆ ଥାନା ପୋଲିସ । .

 

ଆହୁରି ପଢ଼ନ୍ତୁ :  ଘରେ ପଶି ବ୍ୟବସାୟୀଙ୍କ ଗଳା କାଟି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ