କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମା’, ଆବଶ୍ଯକ ୨ଲକ୍ଷରୁ ଅଧିକ ଟଙ୍କା

ବାସୁଦେବପୁର(କେନ୍ଯୁଜ୍) : କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ । ତାଙ୍କୁ ଯଥା ସମ୍ଭବ ସହାୟତ କରୁଛନ୍ତି, ଗାଁ ର ଜୁବକ ମାନେ । ଦୃଷ୍ଟିଶକ୍ତି ହରାଇଥିବା କୁନି ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମୂଲ ଲାଗି ଚଳୁଥିବା ବାପା ମାଆ ଏବେ ପୁଅର ଚିକିତ୍ସା ପାଇଁ ଶେଷରେ ରାସ୍ତା ଉପରେ ଆସି ଭିକ ମାଗିବାକୁ ବାଧ୍ଯ ହୋଇଛନ୍ତି । ଏଭଳି ଏକ ହୃଦୟ ବାଦାରକ ଦୃଶ୍ଯ ଦେଖିବାକୁ ମିଳିଛି ବାସୁଦେବପୁରରୁ ।

ବାସୁଦେବପୁର ବ୍ଲକ ଆରୁହା ପଞ୍ଚାୟତର ତୁଳମତୁଳା ଗାଁର ଅନୁପ ମଣ୍ଡଳ ଓ ମା ରଶ୍ମିତା ମଣ୍ଡଳଙ୍କ ୧୫ମାସର କୁନି ପୁଅ ବବୁନ୍‌ । ପରିବାର କହିଲେ ବାପା ମାଆ ଗୋଟେ କୁନି ପୁଅ ଓ ଝିିଅ । ବାପା ପର ଘରେ ମୂଲ ଲାଗିଲେ ପରିବାର ଚଳେ । ହେଲେ ବର୍ତମାନ ପୁଅର ଚିକିତ୍ସା ପାଇଁ ଭାଙ୍ଗି ପଡିଛନ୍ତି ସେମାନେ । କିଛି ମାସ ପୂର୍ବରୁ ଆଖି ସାମାନ୍ଯ ଲାଲ୍‌ ପଡିବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଦେଖାଇଥିଲେ । ଆଉ ଔଷଧ ଆଣି ଆଖିରେ ପକାଇଥିଲେ । ହେଲେ ପରବର୍ତି ସମୟରେ ଆଖି ଭଲ ହେବା ପରିବର୍ତ୍ତେ ଆହୁରି ଖରାପ ହେବାକୁ ଲାଗିଲା । ଆଖି ଭିତରୁ ପୁଜ ବାହାରିଲା । ସେଥିପାଇଁ ପୁଅକୁ ଚିକିତ୍ସା ଲାଗି ପ୍ରଥମେ ଭଦ୍ରକ, ବାଲେଶ୍ୱର ପରେ କଟକ ଡାକ୍ତରଖାନାରେ ଦେଖାଇଲେ । ସେଥିପାଇଁ ଗାଁର ସମସ୍ତ ଗାଁଲୋକଙ୍କ ସାହାଯ୍ଯ ଓ ନିଜ ପାଖରେ ଥିବା କିଛି ସଂଚିତ ସୁନାଗହଣା ବିକ୍ରି କରିସାରିଛନ୍ତି ବାପା ମା । ତଥାପି ପୁଅର ଆଖି ଠିକ୍‌ ହୋଇପାରିଲା ନାହିଁ । ତେବେ ଆଖିରେ ଅପରେସନ ହେଲେ ହୁଏତ ପିଲାଟି ଏହି ଦୁନିଆକୁ ଦେଖିପାରିବ ବୋଲି ଡାକ୍ତର କହିଛନ୍ତି । ଆଉ ଏଥିପାଇଁ ଦୁଇ ଲକ୍ଷ ଟଙ୍କାର ଆବଶ୍ଯକ ରହିଛି । ଫଳରେ ଅର୍ଥ ଅଭାବରୁ ପୁଅର ଚିକିତ୍ସା କରିନପାରି ଏବେ ଚିନ୍ତାରେ ବାପା ମାଆ ।

ପୁଅର ଚିକିତ୍ସା ପାଇଁ ବ୍ଲକରେ ପହଞ୍ଚି ସରକାରୀ ବାବୁଙ୍କୁ ନିବେଦନ ମଧ୍ଯ କରିଛନ୍ତି । ହେଲେ ଏବେ ସୁଧା କେହି ସାହାଯ୍ଯ କରିଲେ ନାହିଁ । ଫଳରେ ବାପା ମାଆ ବାଧ୍ୟ ହେଇ ରାସ୍ତା ଉପରେ ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି । ବାପା ମାଆଙ୍କର ଏପରି ଭିକ ମାଗିବାର ଦୃଶ୍ଯ ଦେଖି ଦେବଦୂତ ଭଳି ଗାଁର କିଛି ଯୁବକ ମାନେ କୁନି ପୁଅ ବବୁନର ଚିକିତ୍ସା ପାଇଁ ଗାଁ ଭିତରେ ଏକ କ୍ଯାମ୍ପ ପକାଇଛନ୍ତି । ଆଉ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ବବୁନର ଚିକିତ୍ସା ପାଇଁ ଡୋନେସନ୍‌ ବାକ୍ସ ଧରି ସାହାଯ୍ଯ ପାଇଁ ନେହୁରା ହେଉଛନ୍ତି । ଗାଁ କୁ ଗାଁ ଓ ରା୍‌ସ୍ତା ଉପରେ ବାପା ମାଆ ଆଉ ଯୁବକ ସଂଘର ଯୁବକମାନେ ମିଳିତ ଭାବେ ଚିକିତ୍ସା ପାଇଁ ଭିକ ମାଗୁଛନ୍ତି । କାହିଁକି ନା ଯେତେ ଶୀଘ୍ର ଆଖିର ଅପରେସନ କରାନଗଲେ ତାହେଲେ ଅନ୍ଯ ଆଖିରେ ଇନଫେକସନ୍‌ ହେବାର ଭୟ ରହିଛି । ସେଥିପାଇଁ ମାଗି ଜାଚି ଅର୍ଥ ଯୋଗାଡ କରିବାରେ ଲାଗି ପଡିଛନ୍ତି ବାପା ମା ଓ ଯୁବକମାନେ । ଆଉ ଲୋକମାନେ ମଧ୍ୟ କୁନି ପୁଅକୁ ଦେଖି ସ୍ୱଇଚ୍ଛାରେ ସାହାଯ୍ଯ କରୁଛନ୍ତି । ଅନ୍ଯପଟରେ ଏ ସଂପର୍କରେ ଆମେ ସ୍ଥାନୀୟ ବିଡିଓଙ୍କୁ ଯୋଗାଯୋଗ କରିଥିଲୁ । ସେ ଖୁବ୍‌ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଆପଣ ପୂର୍ବରୁ ଅନେକ ଅସହାୟଙ୍କୁ ସାହାଯ୍ଯର ହାତ ବଢାଇ ନିଜର ବଡାପନ୍ ଦେଖାଇଛନ୍ତି, ଏବେ ଏଇ କୁନି ପିଲାଟିର ପାଳି। ତେବେ ଜଦି ଆପଣ ଏହି କୁନି ପୁଅଟିର ଚିକିତ୍ସା ପାଇଁ ସାହାଯ୍ଯ କରିବାକୁ ଚାହୁଛନ୍ତି ତେବେ ବବୁନର ବାପା ଅନୁପ ମଣ୍ଡଳଙ୍କ ଏହି ଆକାଉଣ୍ଟ ନମ୍ବରରେ ଅର୍ଥରାଶି ପଠାଇପାରିବେ।

ନାମ- ଅନୁପ ମଣ୍ଡଳ
Account No-110007432730
IFSC- CNRB0006261

ବାସୁଦେବପୁରରୁ ସତ୍ଯକାନ୍ତ ନାୟକ, କେନ୍ଯୁଜ୍

Leave A Reply

Your email address will not be published.