କଟାଗଲାନି କେକ୍, ରକ୍ତଦାନ ଶିବିର ଆୟୋଜନ କରି ଅଭିନବ ଉପାୟରେ ଝିଅର ଜନ୍ମଦିନ ପାଳିଲେ ବାପା
ରକ୍ତଦାନକୁ ମହାପୁଣ୍ଯ । ଧୁମ୍ ଧାମ୍ ସହକାରେ ମହା ଆଡମ୍ବରରେ ନୁହେଁ ବରଂ ସମାଜର ହିତ ସାଧନ ପାଇଁ ତଥା ଅନ୍ଯର ଜୀବନକୁ କିପରି ବଞ୍ଚାଇ ହେବ ସେହିଭଳି ଏକ ମହତ୍ ଚିନ୍ତାଧାରା ନେଇ ନିଆର ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ, କାକଟପୁର ଅଞ୍ଚଳର ଯୁବ ସାମ୍ବାଦିକ ଆଦିତ୍ୟ ରାଉତ।

କାକଟପୁର(କେନ୍ୟୁଜ୍): ରକ୍ତଦାନକୁ ମହାପୁଣ୍ଯ । ଧୁମ୍ ଧାମ୍ ସହକାରେ ମହା ଆଡମ୍ବରରେ ନୁହେଁ ବରଂ ସମାଜର ହିତ ସାଧନ ପାଇଁ ତଥା ଅନ୍ଯର ଜୀବନକୁ କିପରି ବଞ୍ଚାଇ ହେବ ସେହିଭଳି ଏକ ମହତ୍ ଚିନ୍ତାଧାରା ନେଇ ନିଆର ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ, କାକଟପୁର ଅଞ୍ଚଳର ଯୁବ ସାମ୍ବାଦିକ ଆଦିତ୍ୟ ରାଉତ। ଝିଅ ଅଭିଲିପ୍ସା ରାଉତଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିରର ଆୟାଜନ କରିଥିଲେ।
ଜାହାନ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠପଢୁଥିବା ଅଭିଲିପ୍ସାଙ୍କର ୧୪ତମ ଜନ୍ମଦିନ ଅବସରରେ ସେ ପାଠ ପଢୁଥିବା ସ୍କୁଲଠାରେ ହିଁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ବିଭିନ୍ନ ବର୍ଗର ଲୋକମାନେ ସ୍ଵେଛାକୃତ ରକ୍ତଦାନ କରିଥିଲେ। ରକ୍ତଦାତାଙ୍କ ଠାରୁ ୫୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା।
ନା କଟାଗଲା କେକ୍ ନା ହେଲା ଭୋଜିଭାତ, କିଛି ଅଲଗା ପ୍ରକାରରେ ପାଳନ ହେଲା ଜନ୍ମଦିନ। ରକ୍ତଦାନ ଶିବିର ଆୟୋଜନ କରି ଅଭିନବ ଉପାୟରେ ଝିଅର ଜନ୍ମଦିନ ପାଳନ କରିଥିବାରୁ ବିଭିନ୍ନ ମହଲରୁ ଏହି ପରିବାରକୁ ଛୁଟୁଛି ପ୍ରଶଂସାର ସୁଅ।