ମରିଗଲା ମଣିଷପଣିଆ ! ମା’ ଶ୍ରାଦ୍ଧବାର୍ଷିକ ପାଇଁ ଛୁଆକୁ ବିକିଦେଲା ବାପା

କଟକ: ବାପା ନାରେ କଳଙ୍କ । ଟଙ୍କା ଲୋଭରେ ପୁଅକୁ କଲା ପର । ନିଜ ଅଢ଼େଇ ବର୍ଷର ପୁଅକୁ ୫ ହଜାର ଟଙ୍କାରେ ବିକି ଦେଲା ବାପା । ଏହି ଶିଶୁପୁତ୍ର ବିକ୍ରି ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖୋଳତାଡ଼ ପରେ ଶିଶୁପୁତ୍ରକୁ ବିକି ଦେଇଥିବା ନେଇ ସେ ସ୍ୱୀକାର ମଧ୍ୟ କରିଛି।

ସୂଚନା ଅନୁସାରେ ନିଆଳି ଥାନା ଅର୍ନ୍ତଗତ ବଗିଚାବସ୍ତି ମୁଣ୍ଡାସାହି ଅଞ୍ଚଳରେ ସୁକାନ୍ତ ସିଂ ନାମକ ୩୫ ଯୁବକ ଗତ ତିନି ବର୍ଷ ଧରି ରହି ଆସୁଛନ୍ତି । ତାଙ୍କର ୬ ଜଣ ପିଲା ଅଛନ୍ତି । ଦୁଇ ବର୍ଷ ତଳୁ ସୁକାନ୍ତ ସିଂଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସୁକାନ୍ତଙ୍କ ନିଜ ଘର ମୟୂରଭଞ୍ଜ ଜିଲ୍ଲା ଦୁର୍ଗା ଦେବୀ ଅଞ୍ଚଳରେ। ୬ ଜଣ ପିଲାଙ୍କ ମଧ୍ୟରୁ ସାନ ପୁଅଙ୍କୁ ପାଞ୍ଚ ହଜାର ଟଙ୍କାରେ ବିକ୍ର କରିଛନ୍ତି । ତିନି ଦିନ ତଳେ ତିନି ଜଣ ମହିଳା ଓ ଅନ୍ଯ ପୁରୁଷ ମଧସ୍ଥିଙ୍କ ମାଧ୍ୟମରେ ଅଢେଇ ବର୍ଷର ଶିଶୁପୁତ୍ରକୁ ବିକିଥିବା ନେଇ ସୁକାନ୍ତ ସିଂ ବିକ୍ରି କରିଥିବା ନେଇ ସ୍ବୀକାର କରିଛନ୍ତି । ପାଞ୍ଚ ହଜାର ଟଙ୍କାକୁ ନିଜ ମା’ ଶ୍ରାଦ୍ଧବାର୍ଷିକୀରେ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି । ସୁକାନ୍ତ ସିଂ ଜଣେ ଦିନ ମଜୁରିଆ ଏବଂ ମଦ୍ଯପ ବ୍ଯକ୍ତି ବୋଲି ସୂଚନା ମିଳିଛି ।

ସୁକାନ୍ତ ସିଂଙ୍କ ଅନ୍ଯ ପିଲା ମାନେ ବଜାର ଘାଟରେ ମାଗି ଯାଚି ନିଜ ପେଟ ପୋଷୁଥିବା ନେଇ ତାଙ୍କ ପୁଅ ମଧ୍ୟ କହିଛନ୍ତି । ସାନ ଭାଇକୁ ତା’ର ବାପା ବିକ୍ରି କରିଥିବା ନେଇ କହିଛି ସୁକାନ୍ତଙ୍କ ପୁଅ । ଶିଶୁ ବିକ୍ରି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯିବା ସହିତ ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଏହି ପିଲା ବିକ୍ରିରେ ବଡ଼ ରାକେଟ କାମ କରୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

 

You might also like