ସମ୍ପର୍କର ଅର୍ଥ ବୁଝିଲାନି ବାପା, କାମନା ଲୋଭରେ ଝିଅକୁ କଲା ଦୁଷ୍କର୍ମ

ଜଳେଶ୍ବର(କେନ୍ଯୁଜ୍): ବାପା ବୁଝିଲାନି ସମ୍ପର୍କର ଅର୍ଥ। କାମନା ଲୋଭରେ ଭୁଲି ଗଲା ହିତାହିତ ଜ୍ଞାନ ,ଆଉ ବାପା ଝିଅ ସମ୍ପର୍କରେ ଲଗେଇଲା କଳଙ୍କର ଛିଟା । ଏଭଳି ଅଭାବନୀୟ ଘଟଣା ଘଟିଛି ଜଳେଶ୍ବର ଥାନା ଅଞ୍ଚଳରେ । ସୂଚନା ଯୋଗ୍ୟ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଶେଖବlଡ଼ ଗ୍ରାମରେ ଜଣେ ୧୦ବର୍ଷର ନାବାଳିକା ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକା ଜଣଙ୍କ ଘରେ ଏକା ଥିବା ସମୟରେ ବାପା ଝିଅକୁ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ମା ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଆଙ୍କ ଅଭିଯୋଗ ମୂଳେ ଜଳେଶ୍ବର ପୋଲିସ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ଏକ ମମଲା ରୁଜୁ କରିଛି l

Leave A Reply

Your email address will not be published.