ପୁଣିଥରେ ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାପ-ପୁଅ ମୃତ

ବାଙ୍ଗିରିପୋଷି : ପୁଣିଥରେ ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାପ ପୁଅ ଦୁଇ ଜଣ ମୃତ । ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ରେ ଅଜଣା ଗାଡି ଧକ୍କାରେ ବାପ ପୁଅ ମୃତ । ବାହଳଦା ଗ୍ରାମର ଏକ୍ସ ଆର୍ମି ଏମଡି ଲୁକମାନ ଓ ତାଙ୍କ ପୁଅ ସେକ ସାହିଲ ବୁଲେଟ (ଓଡି ୧୧ପି ୬୨୩୨) ଯୋଗେ ବାରିପଦା ସ୍ଥିତ ନିଜସ୍ୱ ଘର ରଘୁନାଥପୁର ଯାଉଥିବା ବେଳେ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣି ତଦନ୍ତ ଜାରି ରଖିଛି ।