ଖୋର୍ଦ୍ଧା: ବେଗୁନିଆ ବ୍ଲକ କଡ଼ବ ଗାଁରେ ବର୍ବରତା,ଘର ଭିତରେ ପୂରାଇ ବାପପୁଅଙ୍କୁ କଲବଲ କରି ପିଟିଲେ

ବେଗୁନିଆ(କେନ୍ୟୁଜ୍): ତାଲିବାନୀ ବର୍ବରତାକୁ ବି ବଳିଗଲା ବାପପୁଅଙ୍କୁ ମାଡ଼ । ଘର ଭିତରେ ପୂରାଇ କଲବଲ କରି ପିଟିଲେ । ମାଡ଼ ବେଳର ଭିଡିଓ ଭାଇରାଲ । ମାନବବାଦ ସଂଗଠନରେ ମିଶିବାକୁ ନେଇ ବନ୍ଦ ଘରେ ବାପପୁଅଙ୍କୁ ନିସ୍ତୁକ ମାଡ଼ ହୋଇଛି। ବେଗୁନିଆ ବ୍ଲକ କଡ଼ବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅକୁ ମାନବବାଦ ସଂଗଠନରେ ମିଶିବାକୁ କିଛି ଲୋକ ବାଧ୍ୟ କରିଥିଲେ । ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ସଂଗଠନର କିଛି ସଦସ୍ୟ ବନ୍ଦ ଘରେ ପ୍ରବଳ ମାଡ଼ ମାରିଥିଲେ । ଏଥିରେ ଭୟଭୀତ ହୋଇ ସେମାନେ ପୋଲିସରେ କୌଣସି ଅଭିଯୋଗ କରିନାହାନ୍ତି । ସେପଟେ ମାନବବାଦ ସଂଗଠନ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି।

କଡ଼ବ ଗାଁର ବାପପୁଅଙ୍କୁ ମାଡ଼ ମରା ଘଟଣାଦିନ ରାତିରେ ଅଭିମାନପୁର ଗାଁର ଜଣେ ଯୁବକ ସତ୍ୟବ୍ରତ ନାୟକଙ୍କୁ ମଧ୍ୟ କିଛି ଯୁବକ ବାଡେଇ ମାରିଦେଇଥିଲେ। ପରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡଗାଡିଆ ଏକ ଜଙ୍ଗଲ ମଝିରେ ପୋଡିଦେଇ ଥିଲେ ।

ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଛଅ ଜଣଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିନଥିବା ଅଭିଯୋଗ ହୋଇଛି। ମାନବବାଦ ସଂଗଠନ ନିରୀହ ଲୋକଙ୍କୁ ଟାର୍ଗେଟ କରି ବର୍ବର ଆକ୍ରମଣ କରିବାର ଅଭିଯୋଗ ଆସିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ଭୟରେ କେହି ମୁହଁ ଖୋଲୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.