ପରିଣତ ବୟସରେ ସାହାରା ହେଲାନି ପୁଅ, ଭାଗ୍ୟକୁ ଆଦରି ବିଶ୍ରାମଗାରରେ କାଟୁଛନ୍ତି ଜୀବନ

କନ୍ଧମାଳ: ପୁଅ ଝିଅଙ୍କୁ ନେଇ ବାପା ମାଆଙ୍କ ଅନେକ ସ୍ୱପ୍ନ । ପିଲାମାନେ ବଡ ହେବେ, ଭଲ ମଣିଷ ହେବେ, ପରିଣତ ବୟସରେ ସାହାରା ଦେବେ । ହେଲେ ପରିବର୍ତ୍ତିତ ପରିସ୍ଥିତିରେ ବାପାମାଆଙ୍କୁ ବି ପର କରି ଦେଇଥାନ୍ତି ପୁଅଝିଅ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକ କେରିଡି ଗାଁରେ । ବୟସର ଅପରାହ୍ଣରେ ଅସହାୟ ହୋଇ ଜୀବନ ବିତାଉଛନ୍ତି ନିମାଇ ଚରଣ ସାହୁ । ଯେତେବେଳେ ନିଜ ଜନ୍ମକଲା ପୁଅ ବିଶ୍ରାମଗାରରେ ଫୋପାଡି ଚାଲିଯାଇଛି, ସେତେବେଳେ କାହାକୁ ଆଉ ଦୋଷ ଦେବା ନିମାଇ ?

ନିମାଇ ସାହୁ । ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରିଡି ଗାଁ । ବୟସର ଅପରାହ୍ନରେ ପହଞ୍ଚିଲେଣି । ହେଲେ ଆହା ପଦେ କହିବାକୁ ପାଖରେ କେହି ନାହିଁ । ସମସ୍ତେ ଥାଇ ବି ଆଜି ସେ ଅସହାୟ । ୨ବର୍ଷ ପୂର୍ବେ ସ୍ତ୍ରୀ ଆରପାରିକୁ ଚାଲିଯାଇଛନ୍ତି । ଏବେ ଦୁଇ ପୁଅ ଓ ଗୋଟିଏ ଝିଅ । ହେଲେ ବୃଦ୍ଧ ବାପାଙ୍କ ଭଲମନ୍ଦ ବୁଝିବାକୁ କାହା ପାଖରେ ସମୟ ନାହିଁ । ଫଳରେ ନିମାଇ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ବିଶ୍ରାମଗାରାରେ ଆଶ୍ରିତ ।

ନିମାଇଙ୍କୁ ସରକାରୀ ସହାୟତା କହିଲେ ମାସକୁ ୭ଶହ ଟଙ୍କା ଓ ୧୫ କେଜି ଚାଉଳ ମିଳୁଛି । କେତେବେଳେ କେମିତି କିଏ ମୁଠାଏ ଖାଇବାକୁ ଦେଇଥାନ୍ତି । ଏସମ୍ପର୍କରେ ଆମେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲୁ । ଘଟଣା ସମ୍ପର୍କରେ ପୂର୍ବରୁ ସେ ଅବଗତ ନଥିବା କହିବା ସହ ତାଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରିବେ ବୋଲି କହିଛନ୍ତି ।

ବୟସ ୯୦। ବୟସର ଅପରାହ୍ଣରେ ପାଦ ରଖିଲେଣି ବୃଦ୍ଧ ନିମାଁଇ ଚରଣ ସାହୁ। ଆହା ପଦେ କହିବାକୁ ନିମାଁଇଙ୍କ ପାଖରେ କେହି ନାହିଁ ।ପରିବାର କହିଲେ ଦୁଇ ପୁଅ ଓ ଝିଅ । ୨ବର୍ଷ ପୂର୍ବରୁ ନିମାଁଇଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ବୃଦ୍ଧ ବାପାକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି ପୁଅ କି ଝିଅ। ବାଧ୍ୟ ହୋଇ ନିମାଁଇ ଏବେ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ବିଶ୍ରାମଗାରରେ ଆଶ୍ରିତ ।

son did not take care of adulthood, now he lives in restside

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.