ବ୍ରହ୍ମପୁର : ଏମକେସିଜି ମେଡିକାଲର ରକ୍ତ ଭଣ୍ଡାର ନିକଟରେ ହାଇଡ୍ରାମା । ପୁଅକୁ ରକ୍ତ ନ ମିଳିବାରୁ ଗଛରେ ଚଢ଼ି ବାପାର ଜୀବନ ହାରିବା ପାଇଁ ଉଦ୍ୟମ । ବ୍ୟକ୍ତିଙ୍କୁ ଓହ୍ଲାଇବାକୁ ନାକେଦମ ହୋଇଥିଲେ ଅଗ୍ନିଶମ ବିଭାଗ ଏବଂ ପୋଲିସ । ପ୍ରାୟ ୩ ଘଣ୍ଟା ହଟାହଟା ହେବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ବ୍ୟକ୍ତିଙ୍କ ପୁଅ ଦୀର୍ଘ ୭ ଦିନ ହେଲା ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବ୍ୟକ୍ତିଙ୍କ ଭାଷା କେହି ବୁଝିପାରୁନଥିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ମେଡିକାଲ ପରିସରରେ ଥିବା ଏକ ଗଛ ଉପରକୁ ଚଢିଯାଇଥିଲେ । ଏପରିକି ତାଙ୍କ ସ୍ତ୍ରୀ ଗଛ ଉପରକୁ ଯାଇ ଡାକିଥିଲେ ମଧ୍ୟ ଓହ୍ଲାଇନଥିଲେ । କିଛି ସମୟ ପାଇଁ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।