ନିଶାସକ୍ତ ବାପାର ଉନ୍ମତ୍ତ କାଣ୍ଡ, ଭାତରେ ବିଷ ଦେଇ ପରିବାରର ୫ଜଣଙ୍କୁ ହତ୍ୟା ଉଦ୍ୟମ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକ ଅଂଚଳର କାଳିଆନାୟକଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ୫ ଜଣ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବିଷ ମିଶା ଭାତ ଖାଇ ପରିବାରର ୫ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି । ଭାତରେ ବିଷ ଦେଇ ମଦ୍ୟପ ବାପା ପରିବାର ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀ, ଭାଇ,ପୁଅ, ଓ ଦୁଇ ଝିଅ ଏହି ଭାତ ଖାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରର ମୁଖିଆ ତଥା ବାପା ନରସିଂହ ମାଝି ଖାଇବା ପୂର୍ବରୁ ସମସ୍ତଙ୍କ ପାଇଁ ରନ୍ଧା ଯାଇଥିବା ଭତରେ ବିଷ ମିଶେଇ ଦେଇଥିଲେ ।

poison malkanagiri

ପୁରା ପରିବାରକୁ ଏକା ସାଙ୍ଗରେ ଶେଷ କରିଦେବା ଥିଲା ତାଙ୍କ ଲକ୍ଷ । ଅଜାଣତରେ ସେହି ବିଷ ମିଶା ଭାତକୁ ଖାଇବା ଫଳରେ ସ୍ତ୍ରୀ ପୂର୍ଣ୍ଣା, ପୁଅ ବାସୁଦେବ( ୧୫ ), ପୁତୁରା ବନ୍ଧୁ ନାୟକ ଓ ଦୁଇ ଝିଅ ସୁମିତ୍ରା ଓ ଗୌରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ଗାଁ ଲୋକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ସେମାନଙ୍କୁ ମାଥିଲି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ନେଇ ମାଥିଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.