ପୋଲସରା କଳମ୍ବ ବଡସାହିରେ ବାପାକୁ ପିଟି ପିଟି ହତ୍ଯା କଲେ ଦୁଇ ପୁଅ, ଗୁରୁତର ଅବସ୍ଥାରେ ମା ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ବଡସାହିରେ ଘଟିଛି ଅଭାବନୀୟ ଘଟଣା । ନିଜ ବାପାଙ୍କୁ ମରଣାସ୍ତ୍ରରେ ପିଟି ପିଟି ହତ୍ଯା କରିଛନ୍ତି ଦୁଇ ପୁଅ । ଏହା ସହ ମାଙ୍କୁ ମଧ୍ଯ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁଇ ପୁଅ । ତେବେ ହତ୍ଯାକାଣ୍ଡର କାରଣ ଜଣାପଡିନଥିବାବେଳେ ପାରିବାରିକ କହଳ କାରଣରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।

ମ୍ରୁତକ ହେଉଛନ୍ତି ଅଭିମନ୍ଯୁ ପ୍ରଧାନ ଓ ଗୁରୁତର ମା ଜଣଙ୍କ ହେଉଛନ୍ତି ଅପସରା ପ୍ରଧାନ। ତେବେ ଅପସରାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ଯପଟେ ଦୁଇ ପୁଅଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି ।

Leave A Reply

Your email address will not be published.