ତାଳଚେର FCI ସାର କାରଖାନାର ପୁନରୁଦ୍ଧାର କାମରେ ବାଧା, କରୋନା ଯୋଗୁ ଚୀନ ଲୋକଙ୍କୁ ଭିସା ମିଳୁ ନଥିବାରୁ ସମସ୍ୟା

ତାଳଚେର: ତାଳଚେର FCI ସାରକାରଖାନାର ପୁନଃରୁଦ୍ଧାର କାମରେ ବାଧା । ଏହି ସାର କାରଖାନାର ପୁନଃରୁଦ୍ଧାର କାମ ହାତକୁ ନେଇଛି ଚୀନର ଉହାନ ଇଞ୍ଜିନିୟରିଂ ସଂସ୍ଥା । କରୋନା ଭାଇରସ ଯୋଗୁ ଉହାନ ସଂସ୍ଥାର କର୍ମଚାରୀ ଅନୁପସ୍ଥିତ ରହୁଥିବାରୁ ନିର୍ଦ୍ଧାରିତ ସମୟରେ କାରଖାନା କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ଦେଖା ଦେଇଛି । କାରଖାନା କାର୍ଯ୍ୟକ୍ଷମ ହେଲେ ପୂର୍ବ ଭାରତ ଓ ମଧ୍ୟ ଭାରତର ସାର ଅଭାବକୁ ପୂରଣ କରିପାରିବ । ସାର କାରଖାନା ବେସିକ ଡିଜାଇନଠାରୁ ଆରମ୍ଭ କରି ପ୍ରଡକ୍ସନ ପର୍ଯ୍ୟନ୍ତ ସମସ୍ତ କାମ କରିବ ଚୀନର ଉହାନ ଇଞ୍ଜିନିୟରିଂ ସଂସ୍ଥା । ୧୮ ହଜାର କୋଟି ଟଙ୍କାରେ ନିର୍ମାଣ ହେବ କାରଖାନା । ଉହାନ ସଂସ୍ଥାର ୭ଶହ କର୍ମଚାରୀ ଏହି କାମକୁ ତଦାରଖ କରିବେ । ହେଲେ କରୋନା ଯୋଗୁ ଏବେ ଚୀନ ଲୋକଙ୍କୁ ଭିସା ମିଳୁନଥିବାରୁ ସମସ୍ୟା ଦେଖାଦେଇଛି । ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୩ ସୁଦ୍ଧା ଚାଇନିଜ ଟେକ୍ନୋଲୋଜି ଜରିଆରେ କାରଖାନା କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.