ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ

ବ୍ରହ୍ମପୁର : ବୁଲୁଛି ମହାବଳ ବାଘ । ଘୁମୁସରରୁ ଏବେ ବ୍ରହ୍ମପୁର ବନଖଣ୍ଡ ମୁହାଁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁ ନିକଟରେ ବାଘ ଆତଙ୍କ । ପାଦଚିହ୍ନ ମହାବଳ ବାଘର ବୋଲି ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସିଏଫ ରୁଦ୍ର ପ୍ରସାଦ ରଥ । ଗତିବିଧି ଉପରେ ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏ ଲୋକମାନେ ଘରୁ ନ ବାହରିବାକୁ ସେ ନିବେଦନ କରିଛନ୍ତି ।
ଘୁମୁସରରୁ ବ୍ରହ୍ମପୁର ବନଖଣ୍ଡ ମୁହାଁ ମହାବଳ ବାଘ ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁରରେ ବାଘ ଆତଙ୍କ । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ । ବାଘର ଗତିବିଧି ଜଣାପଡ଼ିବା ପରେ ବ୍ରହ୍ମପୁରର ଏସିଏଫ ରୁଦ୍ର ପ୍ରସାଦ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଂଜନ ସାହୁ ସମେତ ବନବିଭାଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ବିଭିନ୍ନ ସ୍ଥାନରେ କରାଯାଇଥିଲା ଟ୍ରାକିଂ । ମାପଚୁପ ପରେ ପାଦଚିହ୍ନ ମହାବଳ ବାଘର ବୋଲି ଏସିଏଫ ରୁଦ୍ର ପ୍ରସାଦ ରଥ ସ୍ପଷ୍ଟ କରିଛନ୍ତି । ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଛି । ତେବେ ଏନେଇ ଗାଁ ଲୋକ ଭୟଭୀତ ନହେବାକୁ କହିଛନ୍ତି ଏସିଏଫ । ସଂଧା ୬ଟାରୁ ସକାଳ ୬ଟା ଯାଏ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି ।