ସୁଭଦ୍ରା’ରେ ସାଇବର ଠକ ଭୟ ! ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ସୁଭଦ୍ରା’ରେ ସାଇବର ଠକ ଭୟ ! । ‘ସୁଭଦ୍ରା’ ପାଇଁ ରାଜ୍ୟରେ ଦେଖାଦେଲାଣି ସାଇବର ଠକ ଭୟ । କିଛି ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ୍ ଆସୁଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କିଛି ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ୍ ଆସୁଥିବା ସୂଚନା ମିଳିଛି । ଏଭଳି ଲିଙ୍କ୍ ରେ କ୍ଲିକ୍ ନକରିବାକୁ କହିଲେ ଉପମୁଖ୍ୟମନ୍ତ୍ରୀ । ସରକାରଙ୍କ ପକ୍ଷରୁ କୌଣସି ଫୋନ୍ କଲ୍ ଯାଉନି ।

କୌଣସି ପ୍ରକାର କଲ୍ ବା ଲିଙ୍କ୍ ହିତାଧିକାରୀଙ୍କ ପାଖକୁ ଯିବନି । ଯଦି କିଛି ଲିଙ୍କ୍ ଆସୁଥିବ, ତାହା ସାଇବର ଫ୍ରଡ୍ ହୋଇପାରେ । ସତର୍କ ରୁହନ୍ତୁ, ଲିଙ୍କରେ କ୍ଲିକ୍ କରନ୍ତୁନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାକୁ ଆକାଉଣ୍ଟ ନମ୍ବର କିମ୍ବା ଏଟିଏମ ତଥ୍ୟ ଦିଅନ୍ତୁନି । ସୁଭଦ୍ରା ପାଇଁ କେବଳ ଫର୍ମରେ ଆବେଦନ କରନ୍ତୁ। ଇ-କେୱାଇସି ଭରନ୍ତୁ, ନିଶ୍ଚିତ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେପଟେ ସୁଭଦ୍ରା ଯୋଜନାରେ
୬ମାସରେ ୫ହଜାର ଟଙ୍କା ସହାୟତା ନେଇ ବିଜେପିକୁ କାଉଣ୍ଟର କରିଛି ବିଜେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like