ରାଜ୍ୟ

ଦେଶ ତଥା ରାଜ୍ୟକୁ ଗୌରବାନ୍ଵିତ କରିଥିବା ଅଲିମ୍ପିଆନଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସ୍‌ ପକ୍ଷରୁ ଅଲିମ୍ପିଆନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା। କିଟ୍‌ ଓ କିସ୍‌ ପକ୍ଷରୁ ଏହାର ୩ ଛାତ୍ରଛାତ୍ରୀ ତଥା ଅଲିମ୍ପିଆନଙ୍କୁ କିଟ୍‌ ପରିସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ନିକଟରେ ଟୋକିଓ ଅଲିମ୍ପିକସରେ ଅଂଶଗ୍ରହଣ କରି ସେମାନେ ଦେଶ ତଥା ରାଜ୍ୟକୁ ଗୌରବାନ୍ଵିତ କରିଥିଲେ। କିଟ୍‌ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଓଡ଼ିଶା ହକି ପ୍ରମୋସନାଲ କାଉନସିଲର ଅଧ୍ୟକ୍ଷ ଦିଲିପ ତିର୍କୀ ଓ ସମ୍ମାନୀୟ ଅତିଥି ଭାବେ ଭାରତୀୟ ରଗବୀ ବୋର୍ଡ ସଦସ୍ୟ ତଥା ବଲିଉଡ ନିର୍ଦ୍ଦେଶକ ଓ କଳାକାର ରାହୁଲ ବୋଷ ଏବଂ କିଟ୍‌-କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ରହି ଦୌଡ଼ରାଣୀ ତଥା କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ, ଅସି ଚାଳକ ସି ଏ ଭବାନୀ ଦେବୀ ଓ ଜାଭେଲିନ୍‌ ଥ୍ରୋ ଖେଳାଳି କିଟ୍‌ ଛାତ୍ର ଶିବପାଲ୍‌ ସିଂହଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ଅଲିମ୍ପିଆନ୍‌ ତଥା ହକି ତାରକା ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ ଗ୍ରେସ୍‌ ଏକ୍କା ଓ ନମିତା ଟପ୍ପୋଙ୍କୁ ଅଲିମ୍ପିକ୍ସରେ ସେମାନଙ୍କ ସଫଳତା ପାଇଁ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରତି ଅଲିମ୍ପିଆନଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହା ସହିତ ଭାରତୀୟ କୋଚ୍‌ ଅମୂଲ୍ୟ ନନ୍ଦ ବିହାରୀ, ରାଜୁ ସାହାଣୀ ଓ ବିଜୟ ଲାକ୍ରା ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଥିଲେ, କିଟ୍‌ ଓ କିସ୍‌ ଶିକ୍ଷା ସହ କ୍ରୀଡ଼ାକୁ ଅଗ୍ରାଧିକାର ଦେଇଆସିଛି। ନିରନ୍ତର ପ୍ରଚେଷ୍ଟା, ଉପଯୁକ୍ତ ତାଲିମ୍‌ ଓ ପ୍ରଶିକ୍ଷଣ, ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେଇ କିଟ୍‌ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ାବିତ ସୃଷ୍ଟି କରି ଚାଲିଛି।

ଇତି ମଧ୍ୟରେ କିଟ୍‌ ଓ କିସ୍‌ରୁ ଅଲିମ୍ପିଆନଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ସୃଷ୍ଟି ହୋଇସାରିଲେଣି। ଏବେ କିଟ୍‌ ଓ କିସରେ ଅଲିମ୍ପିଆନ୍‌ ତଥା ହକି ଖେଳାଳି ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ ଉଚ୍ଚଶିକ୍ଷା ଲାଭ କରୁଥିବା ବେଳେ ଆନ୍ତର୍ଜାତିକ ହକି ଖେଳାଳି ଦିପସାନ୍‌ ତିର୍କୀ, ସରିତା ହନୁମାନ, ଆନ୍ତର୍ଜାତିକ କନିଷ୍ଠ ହକି ଖେଳାଳି ଷ୍ଟାନଲି ଭିକ୍ଟର ମିଞ୍ଜ, ଆନ୍ତର୍ଜାତିକ ଆଥଲେଟ୍‌ (୮୦୦ ମିଟର) ନମିତା କୋବଟ, ଜାତୀୟ ଆଥଲେଟ୍‌ (ଜାଭେଲିନ୍‌ ଥ୍ରୋ) ଦୋମନ୍ତି ମୁରମୁର୍‌ ମଧ୍ୟ ଏଠାରେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

18 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

21 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

25 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

37 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

54 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago