ମାଓ ଆକ୍ରମଣ ଯୋଜନା ପଣ୍ଡ କରି ପ୍ରଶଂସା ସାଉଁଟିଛନ୍ତି ମହିଳା କମାଣ୍ଡୋ

ମାଲକାନଗିରି(କେନ୍ୟୁଜ୍‌): ମାଓ ମୁକାବିଲାରେ ମହିଳା କମାଣ୍ଡୋ ପୁରୁଷ ଯବାନଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏଭଳି କରିଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମହିଳା କମାଣ୍ଡୋ। ମହିଳାମାନେ ସେମାନଙ୍କ ଦକ୍ଷତା ଦେଖାଇ ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ମାଓ ମୁକାବିଲାରେ ନିୟଜିତ ଏହି ମହିଳା କମାଣ୍ଡୋ। ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ଭୁରି ଭୁରି ପ୍ରଶଂସା।

ଗତକାଲି କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରୁ ୧୦କେଜିର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ଦୁଇ ମହିଳା କମଣ୍ଡୋ। ନିଜ ଜୀବନକୁ ବାଜିଲଗାଇ ଏଭଳି କାର୍ଯ୍ୟ କରିଛନ୍ତି ମହିଳା କମାଣ୍ଡୋ। କମାଣ୍ଡୋମାନେ କୁମ୍ବିଂ ସାରି ଫେରିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ବିସ୍ପୋରଣ କରି ଏହାକୁ ନଷ୍ଟ କରାଯାଇଥିଲା । କିଛିଦିନ ହେବ ପୋଲିସର ଜୋରଦାର କୁମ୍ବିଂ ଅପରେସନ ଯୋଗୁଁ ମାଓ ସଂଗଠନ ଭୁଶୁଡ଼ିବାରେ ଲାଗିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଯବାନମାନଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.