ଜୀବନ ହାରିଲେ ମହିଳା କନେଷ୍ଟବଳ, ପ୍ରେମ ବ୍ୟାପାର ନେଇ ଅଭିଯୋଗ

ବାଲେଶ୍ୱର : ଜୀବନ ହାରିଲେ ମହିଳା କନେଷ୍ଟବଳ । ବାଲେଶ୍ବର ପୋଲିସ ବାରାକରେ ମହିଳା କନେଷ୍ଟବଳଙ୍କ ଜୀବନ ହାରିବା ଅଭିଯୋଗ ହୋଇଛି । ମୃତକ ଯଶୋଦା ଦାସ, ତାଙ୍କ ଘର ରେମୁଣା ।

ସୂଚନା ଅନୁସାରେ ଆଜି ବାରାକରେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀ ମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜୀବନ ହାରିବାର କାରଣ ପ୍ରେମଜନିତ ବୋଲି ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି । ସୋର ଅଞ୍ଚଳର ଜଣେ ଯୁବକଙ୍କ ସହ ଦୀର୍ଘ ଦିନ ଧରି ତାଙ୍କର ସମ୍ପର୍କ ରହିଥିଲା । ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ :  ନରି ପଣ୍ଡାଙ୍କୁ ଆକ୍ରମଣ, ଏତଲା ଆଧାରରେ ତଦନ୍ତ ଆରମ୍ଭ କଲା ବାଲିଚନ୍ଦ୍ରପୁର ପୋଲିସ