ରାଜ୍ୟରେ ଥମୁନି ହାତୀ ମୃତ୍ୟୁ, ପୁଣି ଏକ ମାଈ ହାତୀର ମୃତ ଦେହ ଠାବ

ବ୍ରହ୍ମପୁର : ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଗଞ୍ଜାମ ଦିଗପହଣ୍ଡି ବନାଞ୍ଚଳ ଢେପାଗୁଡା ଗାଁ ନିକଟ ଜଙ୍ଗଲରେ ମାଈ ହାତୀର ମୃତ ଦେହ ଠାବ କରାଯାଇଛି  l ଖବର ପାଇ ବ୍ରହ୍ମପୁର ଡ଼ି ଏଫ ଓ, ଦିଗପହଣ୍ଡି ରେଞ୍ଜର ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି  l ହାତୀର ମୃତ୍ୟୁ କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି । କିନ୍ତୁ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ  ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି  l  ତେବେ ହାତୀର ଶବ ବ୍ୟବଚ୍ଛେଦ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି  l  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି  l