ମାଆ ସିନା ଦୂରେଇ ଦେଲା ହେଲା ସାବତ ମାଆ ଉମା ଛୁଆହାତୀ ପଦ୍ମାକୁ ଆଦରି ନେଲା

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ନୂଆ ଅତିଥି ପଦ୍ମାକୁ ଅନ୍ୟ ହାତୀ ମାନଙ୍କ ଗହଣରେ ଛଡା ଯାଇଛି। ଗଞ୍ଜାମରେ ହାତୀ ପଲ ଠାରୁ ଅଲଗା ହୋଇଥିବା ହାତୀ ଛୁଆ ପଦ୍ମା ଗତ ୩୧ ତାରିଖ ରାତିରେ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚି ଥିଲା। ସେହିଦିନ ଠାରୁ ତାକୁ ଅଲଗା ରଖା ଯାଇଥିଲା।

ତେବେ ଗତ କାଲି ତାର ରକ୍ତ ନମୁନା ରିପୋର୍ଟ ଆସିବା ପରେ ଆଜି ପଦ୍ମାକୁ ଅନ୍ୟ ହାତୀମାନଙ୍କ ନିକଟରେ ଛଡ଼ା ଯାଇଛି। ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ମାଇ ହାତୀ ଉମା ତାକୁ ଆଦରି ନେଇଥିବା ଦେଖିବାକୁ ମିଳିଛି। ଏହା ସହିତ ଅନ୍ୟ ହାତୀ ଛୁଆ ‘ହିରୋ’ ମଧ୍ୟ ତାହା ସହିତ ଖେଳିବାକୁ ଆଗ୍ରହୀ ଥିବା ଦେଖିବାକୁ ମିଳିଛି। କିନ୍ତୁ ଦୁଇ ଦନ୍ତାହାତୀ ଗଣେଶ ଓ କାର୍ତ୍ତିକ ଠାରୁ ତାକୁ ଟିକେ ଦୂରରେ ରଖାଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.