ନନ୍ଦନକାନନର ପିଛା ଛା଼ଡୁନି ବିପତ୍ତି, ମାସକ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନର ପିଛା ଛା଼ଡୁନି ବିପତ୍ତି। ମାସକ ମଧ୍ୟରେ ୪ଟି ହାତୀ ମୃତ୍ୟୁବରଣ କରିବା ପରେ ଆଜି ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ଘଟିଥିବା ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଗତ ୩୦ ତାରିଖରୁ ଜଳହସ୍ତୀ ଖାଇବା ପିଇବା ଛାଡ଼ି ଦେବା ସହ ତାର ପାଟି ନିକଟରେ ଫୁଲିବା ଆରମ୍ଭ ହୋଇଥିଲା। ତୁରନ୍ତ ତାର ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଶେଷରେ ଜଳହସ୍ତୀର ମୃତ୍ୟୁ ଘଟିଛି। ଗୋଟିଏ ଜଳହସ୍ତୀର ମୃତ୍ୟୁ ପରେ ବର୍ତ୍ତମାନ ଚିଡ଼ିଆଖାନାରେ ଜଳହସ୍ତୀ ସଂଖ୍ୟା ୧୩କୁ ଖସି ଆସିଛି।

Leave A Reply

Your email address will not be published.