ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଲେଡି ପକେଟ୍ ମାର ଗ୍ୟାଙ୍ଗ୍। ଭୁବନେଶ୍ୱର ରସୁଲଗ଼ଡ ଅ଼ଞ୍ଚଳରେ ଏହି ଗ୍ୟାଙ୍ଗ୍କୁ ଧରିଲେ ସ୍ଥାନୀୟ ଲୋକ। ଏହି ଗ୍ୟାଙ୍ଗ୍ର କିଛି ସଦସ୍ୟା ଯାତ୍ରୀଙ୍କ ବ୍ୟାଗ୍ରୁ ଲୁଟ୍ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକ।
ଥାନାରେ ଅଭିଯୋଗ ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା। ଏହି ଗ୍ୟାଙ୍ଗ୍ର ଜଣେ ସଦସ୍ୟାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।