ଆସାମ ଫେରନ୍ତା ସ୍ବାମୀଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିଲେ ସରପଞ୍ଚ ସ୍ତ୍ରୀ

ତାଳଚେର(କେନ୍ଯୁଜ୍): ତାଳଚେର କଣିହାଁ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ରଶ୍ମିତା ସେଠୀ ସ୍ବାମୀଙ୍କୁ କ୍ବାରେଣ୍ଟାଇନରେ ରଖି ସାଜିଲେ ଉଦାହରଣ। ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦେଶ ତଥା ରାଜ୍ଯରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

talcherସୂଚନା ମୁତାବକ ସରକାରଙ୍କ ନିୟମ ଅନୁଯାୟୀ ରେଙ୍ଗାଲି ପଞ୍ଚାୟତ ସରପଞ୍ଚ ରଶ୍ମିତା ସେଠୀଙ୍କ ସ୍ବାମୀ ଦୁଖବନ୍ଧୁ ସେଠୀ CRPF ହାବିଲଦାର ଭାବେ ଆସାମରେ କାର୍ଯ୍ଯରତ ଥିବା ବେଳେ ସେ ଛୁଟିରେ ଘରକୁ ଆସିଥିଲେ। ଏନେଇ ସରପଞ୍ଚ ତାଙ୍କ ସ୍ବାମୀଙ୍କୁ ୭ଦିନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରଖିବା ପରେ ଘରେ ଆଉ ୭ଦିନ କ୍ବାରେଣ୍ଟାଇନରେ ରଖିବା ପାଇଁ ବ୍ଯବସ୍ଥା କରିଛନ୍ତି। ଏନେଇ ସରପଞ୍ଚଙ୍କ ସ୍ବାମୀ କହିଛନ୍ତି, ଆମେ ରାଜ୍ଯ ଓ କେନ୍ଦ୍ର ସରକାର କହିଥିବା କୋଭିଡ-୧୯ ନିୟମ ମାନିଲେ କରୋନା କବଳରୁ ନିଜକୁ ବଞ୍ଚାଇପାରିବା କହିଛନ୍ତି। ଅନ୍ଯପକ୍ଷରେ ସରକାରଙ୍କ ଏଭଳି କାର୍ଯ୍ଯକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.