ପୁଣି ମହାନତା ଦେଖାଇଲେ ମହିଳା ସବ୍ ଇନ୍ସପେକ୍ଟର ଶୁଭଶ୍ରୀ, ଦୁର୍ଘଟଣାର ଶିକାର ହୋଇଥିବା ବୃଦ୍ଧଙ୍କୁ କଲେ ସାହାଯ୍ଯ

ମାଲକାନଗିରି: ଜଣେ ବୃଦ୍ଧଙ୍କୁ ମରଣ ମୁଖରୁ ଉଦ୍ଧାର କରି ପୁଣି ମାନବିକତାର ପରିଚୟ ଦେଲେ ମହିଳା ପୋଲିସ୍ ଅଧିକାରୀ ଶୁଭଶ୍ରୀ ନାୟକ । କରୋନା ଯୋଦ୍ଧା ଭାବେ କାର୍ଯ୍ଯରତ ଥିବା ଏହି ମହିଳା ସବ୍ ଇନ୍ସପେକ୍ଟର ପୂର୍ବରୁ ଅନେକ ଲୋକଙ୍କୁ ସହାୟତା କରିବା ସହ ମାନବିକତାର ପରିଚୟ ଦେଖାଇଛନ୍ତି । ତେବେ ମାଲକାନଗିରି ଜିଲ୍ଲା ଥାନା ନିକଟରେ ଏକ ବୃଦ୍ଧ ଗାଡି ଦୁର୍ଘଟଣାର ଶିକାର ହୋଇଥିବାବେଳେ ଶୁଭଶ୍ରୀ ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ନେଇ ଖବର ସାମ୍ନାକୁ ଆସିଛି ।

old manବୃଦ୍ଧ ଜଣଙ୍କର କେହିବି ସମ୍ପର୍କୀୟ ନଥିବାରୁ ତାଙ୍କୁ ତୁରନ୍ତ ବୃଦ୍ଧା ଆଶ୍ରମକୁ ନେଇ ତାଙ୍କୁ ଗାଧୋଇ ସଫା ସୁତୁରା କରିଥିଲେ ଶୁଭଶ୍ରୀ । ଏହି କାର୍ଯ୍ଯ ତାଙ୍କୁ ସ୍ଥାନୀୟ ଯୁବ ସଂଗଠନ ଜୟ ମାଲକାନଗିରିର ସଦସ୍ଯମାନେ ତାଙ୍କୁ ସାହାଯ୍ଯ କରିଥିଲେ । ତେବେ ଏଭଳି କାର୍ଯ୍ଯ ପାଇଁ ସେ ସାରା ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.