ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ବିଜୟିନୀ ହେଲେ ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ

ବଲାଙ୍ଗୀର: ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ଟେକ ରଖିଛନ୍ତି ଆଉ ଜଣେ ସୁନ୍ଦରୀ । ସେ ହେଉଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ । ଚଳିତବର୍ଷ VLCC ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୨୦ ବିଜୟିନୀ ହୋଇଛନ୍ତି । ଓଡ଼ିଶାରେ ଜନ୍ମିତ ଶୁଭଶ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ସେ ବିଚାରପତି ରମେଶ ଚନ୍ଦ୍ର ରାୟଗୁରୁଙ୍କ ଝିଅ । ଶୁଭଶ୍ରୀ ପେସାରେ ଜଣେ ଆଇନଜୀବୀ । ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ ସେ ପ୍ରୟାସ ଜାରି ରଖିଛନ୍ତି । ଜଣେ ଉପସ୍ଥାପିକା ଭାବେ ସେ ପରିଚିତ ହୋଇଥିବା ବେଳେ ନୃତ୍ୟ ଓ ଗୀତ ଗାଇବାରେ ରୁଚି ରଖନ୍ତି । ଚଳଚ୍ଚିତ୍ର ‘ମସ୍ତିଜାଦେ’ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.