ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବନ୍ଧା ହେଲେ ଫେରାର ଅଧ୍ୟାପକ

ଯାଜପୁର: ଧରାପଡିଲେ ଧଳ ସାର୍ । ବନ୍ଧା ହେଲେ ଫେରାର ଅଧ୍ୟାପକ । ଯାଜପୁର ଜିଲ୍ଲା ବରୀ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ଟିମ୍ ।  ଗୁଜୁରାଟ ସୁରଟ ଅଞ୍ଚଳରୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ଗିରଫ କରାଯାଇଛି ।  ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଗତ ୬ ତାରିଖ ପରଠାରୁ ଫେରାର ଥିଲେ ।

ଅଭିଯୋଗ ଅନୁଯାୟୀ ଅଧ୍ୟାପକ ବିଦ୍ୟାଧର ଧଳ ସେହି କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।  ଏହାପର ଠାରୁ ଧଳ ସାର ଫେରାର ହୋଇଯାଇଥିଲେ । ଅନ୍ୟପଟେ ଛାତ୍ରୀ ଜଣକ ନ୍ୟାୟ ପାଇବା ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ ।  ଅଧ୍ୟାପଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଯାଜପୁର ପୋଲିସ ।  ଗିରଫ ପରେ ଗୁଜରାଟରୁ ଓଡ଼ିଶା ଅଣାଯାଇ କୋର୍ଟରେ ହାଜର କରାଯିବ ।

 

ଆହୁରି ପଢ଼ନ୍ତୁ : ଅନ୍ଧବିଶ୍ବାସ ହେଲା କାଳ: ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ, ୩ ମୃତ; ୩ ଗୁରୁତର