ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ ସଂସ୍କରଣର ପାର୍ଟନର ହେବ FICCI

ଭୁବନେଶ୍ବର : CII ଏକ୍ଜିଟ୍। FICCI ଇନ୍। ମେକ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣର ନୂଆ ପାର୍ଟନର, ଫିକି। ସିଆଇଆଇ ଓହରିବା ପରେ ଫିକି ଇଣ୍ଡିଆ ନେବ ତାର ସ୍ଥାନ। ଫିକି ସହ ସରକାର ଆଲୋଚନା କରି ଏହି ନିଷ୍ପତି ନେଇଛନ୍ତି। ରାଜ୍ୟ ଭିତରେ ଓ ବାହାରେ ଯେତେ ସବୁ ପୁଞ୍ଜି ନିବେଶ ସଂପର୍କିତ ପ୍ରମୋସନାଲ କାର୍ଯ୍ୟକ୍ରମ ହେବ, ସେଥିରେ ପାର୍ଟନର ରହିବ ଫିକି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ଇଟାଲୀ, ଜର୍ମାନୀ ଓ ସାଉଦି ଆରବ ଗସ୍ତ କରିବ। ଏହି ଟିମରେ ୯ଟି କମ୍ପାନୀର ସିଇଓ ଓ ଭାଇସପ୍ରେସିଡେଣ୍ଡ ରହିବେ।
୨୦୧୬ ମେକ୍ ଇନ୍ ଓଡ଼ିଶା ପ୍ରଥମ ସଂସ୍କରଣର ପାର୍ଟନର ଥିଲା ସିଆଇଆଇ। ଚଳିତ ବର୍ଷ କିନ୍ତୁ ଏଥିରୁ ଓହରିବାକୁ ନିଷ୍ପତ୍ତି ନେଲା ସିଆଇଆଇ। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ, ବେଶ ରାଜନୀତି ମଧ୍ୟ ହୋଇଥିଲା। ସିଆଇଆଇ ଓହରିବା ପଛରେ ସିଆଇଆଇର ପୂର୍ବାଞ୍ଚଳ ଜୋନର ଅଧ୍ୟକ୍ଷା ଜଗୀ ମଙ୍ଗତ ପଣ୍ଡାଙ୍କ ହାତ ଥିବା ନେଇ ଅଭିଯୋଗ ହେଲା। ଯାହାକୁ ଖଣ୍ଡନ କରିଥିଲେ ଜାଗୀ।
ଚଳିତ ବର୍ଷ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ, ମେକ୍ ଇନ୍ ଓଡ଼ିଶାର ଦ୍ୱୀତୀୟ ସଂସ୍କରଣ ହେବ। ତାର ଲୋଗ ଉନ୍ମୋଚିତ ହୋଇସାରିଛି। ପ୍ରଥମ ସଂସ୍କରଣ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ପୁଞ୍ଜି ନିବେଶ ନେଇ ଅନେକ ସଫଳତା ମିଳିବ ବୋଲି ସରକାର ଆଶା କରିଛନ୍ତି।