ଜମି ବିବାଦ : ପୌରପରିଷଦ ଆଗରେ ବିଜେଡି କାଉନସିଲରଙ୍କ ଧାରଣା

କୋରାପୁଟ : କୋରାପୁଟ କୁମ୍ଭା-୨ ମୌଜାର ୪ ଏକର ଜମିକୁ ନେଇ ତେଜୁଛି ବିବାଦ। ପୌରପରିଷଦ ଆଗରେ ଧାରଣା ଦେଇଛନ୍ତି ବିଜେଡି କାଉନସିଲର । ଜମି ଫେରାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ସେ ଦାବି କରିଛନ୍ତି । ଏହାସହ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୁମ୍ଭା-୨ ମୌଜାର ୩ ଏକରରୁ ଊର୍ଦ୍ଧ୍ୱ ଏହି ମୂଲ୍ୟବାନ ଜମି ଜଣେ ଘରୋଇ ବ୍ୟକ୍ତିଙ୍କ ମାଲିକାନାକୁ ଚାଲିଯାଇଛି । ପୌର କର୍ତ୍ତୃପକ୍ଷ ଉଚିତ୍ ପ୍ରମାଣ ଦେଖାଇବାରେ ବିଫଳ ହେବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସପକ୍ଷରେ ରାୟ ଯାଇଛି । ଏନେଇ ପୌର କର୍ତୃପକ୍ଷଙ୍କୁ ଦାୟୀ କରିଛି ବିଜେଡି । ଅନ୍ୟପଟେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।