ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ, ଜଣେ ମୃତ
ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ , ଜଣେ ମୃତ୍ୟୁ। ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଲାବାଜ ଗ୍ରାମରେ ଗତକାଲି ରଥଯାତ୍ରା ହୋଇଥିବା ଭୋଗ ଆଜି ଖାଇ ୧୫ ଅସୁସ୍ଥ ହୋଇପଡିଛନ୍ତି।
ସୋର (କେନ୍ୟୁଜ) : ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ , ଜଣେ ମୃତ୍ୟୁ। ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଲାବାଜ ଗ୍ରାମରେ ଗତକାଲି ରଥଯାତ୍ରା ହୋଇଥିବା ଭୋଗ ଆଜି ଖାଇ ୧୫ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତେ ମେଡିକାଲରେ ଚିକିତ୍ସିତ ହୋଇଥିବା ବେଳେ ଦୁଇ ଜଣଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଜଣେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି। ଅନ୍ୟ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୭ ଜଣ ଖନ୍ତାପଡା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।