ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ହଜାର ୫୧୪ ବୁଥ୍‌ ପ୍ରସ୍ତୁତ କରାଯାଇଛି।

ମୋଟ ୪୧ ଲକ୍ଷ ୮୮ ହଜର ୩୮୨ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚୁଛନ୍ତି। ଶାନ୍ତି ଶୃଙ୍ଖଲାର ସହ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୬, ୨୭ ଓ ୨୮ରେ ଭୋଟ ଗଣତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.