ସମ୍ବଲପର : କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା, ସମର୍ଥକଙ୍କ ମଧ୍ୟରେ ଠେଲାପେଲା

ସମ୍ବଲପର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା। ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ ଓ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଛି। କଂଗ୍ରେସର ବିପର୍ଯ୍ୟୟ ପାଇଁ କାରଣ ଖୋଜିବା ପାଇଁ ଆସିଥିବା ଫ୍ୟାକ୍ଟ ଫାଇଣ୍ଡିଂ ସଦସ୍ୟଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି ଉଭୟ ଗୋଷ୍ଠୀର ସମର୍ଥକ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସଦସ୍ୟ ଜର୍ଜ ତିର୍କି ଓ ଜ୍ଞାନ ବେଉରାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଛି। ଏହି କମିଟି ଆଜି କଂଗ୍ରେସର ବିଭିନ୍ନ କମିଟି ସହ ଆଲୋଚନା କରି ପିସିସିକୁ ରିପୋର୍ଟ ପ୍ରଦାନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.