ଜଗତସିଂହପୁର : ସରସ୍ୱତୀ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ୭ ଗୁରୁତର ୧୧ରୁ ଅଧିକ ଆହତ

ଜଗତସିଂହପୁର(କେନ୍ୟୁଜ୍) : ସରସ୍ୱତୀ ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ବାଲିକୁଦା ଥାନା ବୋରିକିନା ପଞ୍ଚାୟତର କୁନ୍ଦୁପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ୭ଜଣ ଗୁରୁତରଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୧୧ରୁ ଅଧିକ ଆହତଙ୍କୁ ଚିକିତ୍ସା କରାଯିବା ପରେ ଘରକୁ ପଠାଇ ଦିଆଯାଇଛି। କୁନ୍ଦୁପୁର ଗାଁରେ ୪୦ଫୁଟ ବ୍ୟବଧାନରେ ଦୁଇଟି ସ୍ଥାନରେ ସରସ୍ୱତୀ ପୂଜା ଚାଲିଥିଲା। ବୁଧବାର ରାତିରେ ଗୋଟିଏ ଗୋଷ୍ଠୀର ମେଲୋଡି କାର୍ୟ୍ୟକ୍ରମ ଚାଲିଥିବା ବେଳେ, ଅନ୍ୟ ଗୋଷ୍ଠୀର ଭସାଣି ଚାଲିଥିଲା। ଡିଜେ ସାଉଣ୍ଡକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏ ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।