ଯାତ୍ରା ଦେଖା ଅଧାରୁ ହେଲା ବନ୍ଦ୍‌, ଗଣ୍ଡଗୋଳ ମାରପିଟ୍‌ ଦେଖି ଯିଏ ଯୁଆଡେ ପାରିଲେ ଭୟରେ ଦୌଡିଲେ

ଲୋକମାନେ ବସି ଯାତ୍ରାକୁ ଉପଭୋଗ କରୁଥିଲେ । କିନ୍ତୁ ଠିକ୍‌ ଏହି ସମୟରେ ବିଗିଡିଗଲା ସ୍ଥିତି । ହଠାତ୍‌ ଶୁଭିଲା ମାରପିଟ୍‌ ଧାଁ ଧପଡ ଗଣ୍ଡଗୋଳ ।

ବାସୁଦେବପୁର (କେନ୍ୟୁଜ) : ଯାତ୍ରା ଚାଲିଥିଲା, ଏକଦମ୍‌ ହାଉସ୍‌ ଫୁଲ ଥିଲା, ଲୋକମାନେ ବସି ଯାତ୍ରାକୁ ଉପଭୋଗ କରୁଥିଲେ । କିନ୍ତୁ ଠିକ୍‌ ଏହି ସମୟରେ ବିଗିଡିଗଲା ସ୍ଥିତି । ହଠାତ୍‌ ଶୁଭିଲା ମାରପିଟ୍‌ ଧାଁ ଧପଡ ଗଣ୍ଡଗୋଳ । ଯାହାପରେ ଭୟରେ ଲୋକେ ସବୁ ଯିଏ ଯୁଆଡେ ପାରିଲେ ଦୌଡିଲେ । ଏମିତିିକି ପେଣ୍ଡାଲ ଉପରେ ଯାତ୍ରା କରୁଥିବା ଲୋକ ବି ଷ୍ଟେଜ୍‌ ଛାଡି ପଳାଇଲେ । କେହି କିଛି ବୁଝି ପାରୁନଥିଲେ ଯେ ହଠାତ୍‌ କଣ ହେଲା, କାହିଁକି ଏତେ ଜୋରରେ ପିଟା ମରା ଗଣ୍ଡଗୋଳ । ସ୍ଥିତି ଏତେ ସଂଗୀନ ହୋଇପଡିଲା ଯେ ଅଧାରୁ ଯାତ୍ରା ହୋଇଗଲା ବନ୍ଦ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଂଚାୟତ କପିଳ ମୁନି ପଡିଆରେ କପିଳ ମୁନି ଉତ୍ସବ ନିମନ୍ତେ ଯାତ୍ରା ଦୁର୍ଗା ମନ୍ଦିର ନାମକ ଯାତ୍ରା ପାଟି ଯାତ୍ରା କରୁଥିଲା । ଠିକ ଯାତ୍ରାର ମେଲୋଡି କାର୍ଯ୍ୟକ୍ରମ ସାରିଛି । ଲୋକମାନେ ମଞ୍ଚ ଉପରେ ହେଉଥିବା ଅଭିନୟକୁ ବେଶ୍‌ ମନ ଭରି ଉପଭୋଗ କରୁଥିଲେ । ଠିକ ସେହିସମୟରେ ଯାତ୍ରା ଦେଖୁଥିବା କିଛି ଲୋକ ପାନ ଚା ପିଇବାକୁ ବାହାରକୁ ବୁଲିବାକୁ ବାହାରି ଆସିଥିଲେ । ହେଲେ ସେହି ସମୟରେ ବାହାର ଲୋକଙ୍କ ସହିତ କମିଟିର କିଛି ଲୋକମାନଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ଗଣ୍ଡଗୋଳ ହେଲା । ବିରସ ଗାଁର ଅନାଦି ଜେନାଙ୍କ ପୁଅ ବାସୁଦେବ ଓ ତାର ସାଙ୍ଗ ଯୋଗେନ୍ଦ୍ର ବିଶ୍ୱାଳଙ୍କ ପୁଅ ସୁଦର୍ଶନ ବିଶ୍ୱାଳ କାହିଁକି ସେମାନଙ୍କୁ ମାରୁଛ ପଚାରିବାରୁ କମିଟିର ଲୋକମାନେ ସୁଦର୍ଶନ ଓ ବାସୁଦେବକୁ ଧରିଥିବା କୋଦାଳ ବେଣ୍ଟ ଓ ଲୁହା ରଡ଼ ମାଧ୍ୟମରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

ବାହାରେ ଗଣ୍ଡଗୋଳ ଉଭୟମାଡ଼ ଭୟରେ ଗୁରୁତର ଅବସ୍ଥାରେ ରକ୍ତାକ୍ତ ହୋଇ ଯାତ୍ରା ପେଣ୍ଡାଲ ଉପରକୁ ଭୟରେ ଚଡିଯାଇଥିଲେ । ଯାହାପରେ ଏହି ଗଣ୍ଡଗୋଳକୁ ନେଇ ଯାତ୍ରା ବନ୍ଦ୍‌ ହୋଇ ଯାଇଥିଲା । ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଡାକ୍ତରଖାନାକୁ ନିଆଗଲା । କିନ୍ତୁ ଏଠାରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ବଡ଼ ଡାକ୍ତର ଖାନାକୁ ପଠାଇ ଦିଆଯାଇଛି । ତେବେ ଏଭଳି ମାରପିଟ୍‌ ଗଣ୍ଡଗୋଳ ପଛରେ ପ୍ରକୃତ କାରଣ କଣ ତାହା ଜଣାପଡିନି । କିନ୍ତୁ ଏହି ଗଣ୍ଡଗୋଳ ମାରପିଟ୍‌ ପାଇଁ ଯାତ୍ରା ଅଧାରୁ ବନ୍ଦ ହୋଇଗଲା । ହାଉସ୍‌ ଫୁଲ ଥିବା ଚେୟାର ସବୁ ଖାଲ ପଡି ତଳେ ପଡିଛି ।