ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗରେ ହଣାହାଣି: ୩ ଗୁରୁତର ଆହତ, ତିନି ଅଟକ

ସୋର(କେନ୍ୟୁଜ୍): ଫାଣ୍ଡି ଆଗରେ ହଣାହାଣି। ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗ ପାଲଟିଲା ରଣକ୍ଷେତ୍ର । ୩ ଗୁରୁତର ଆହତ ଓ ୩ ଅଟକ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଆରୁହା ଅଞ୍ଚଳର ଇଶ୍ବର ସାହୁଙ୍କର ତାଙ୍କ ଦାଦା ପୁଅ ଭାଇ ମାନଙ୍କ ସହ ଜାଗା ଜମି ବିବାଦ ଲାଗିରହିଥିଲା ।

ଏହି ବାବଦରେ ଇଶ୍ବର ସାଉଡ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ନେଇ ଉଭୟ ପକ୍ଷଙ୍କୁ ନିଜର ପକ୍ଷ ରଖି ଘଟଣାର ସମାଧାନ ପାଇଁ ଫାଣ୍ଡିକୁ ଡାକିଥିବା ବେଳେ ଘଟଣାର ସମାଧାନ ହୋଇପାରିନଥିଲା । ପରେ ଫାଣ୍ଡି ଆଗରେ ଇଶ୍ବର ସାହୁ ତାର ଭାଇମାନଙ୍କୁ ତାଙ୍କର ଦାଦା ପୁଅ ଭାଇମାନେ ଅତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ଆକ୍ରମଣ କରିଥିଲେ ।

ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ । ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ୩ ଜଣ ଆକ୍ରମଣକାରୀଙ୍କୁ ଫାଣ୍ଡି ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.