ଗଞ୍ଜାମ ଖଲିକୋଟ ଗରାପଲ୍ଲୀଠାରେ ଟୋଲ ଫି ମାଗିବାରୁ ମାରପିଟ୍, କର୍ମଚାରୀ ଆହତ

ଗଞ୍ଜାମ : ଟୋଲ ଫି ମାଗିବାରୁ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ଖଲିକୋଟ ଗରାପଲ୍ଲୀ ଟୋଲଗେଟ ନିକଟରେ ଅପ୍ରୀତିକର ପରିସ୍ଥିତି । ଗତକାଲି ବିଳମ୍ବିତ ରାତିରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ବରଯାତ୍ରୀ ଗାଡି ଯାଉଥିଲା ।

ହେଲେ ଫାସଟ୍ୟାଗ ନଥିବାରୁ ଗରାପଲ୍ଲୀ ଟୋଲଗେଟରେ ଦୁଇଗୁଣ ଫି ମାଗିଥିଲେ କର୍ମଚାରୀ । ଏହା ପରେ ବରଯାତ୍ରୀ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରି ମାରପିଟ କରିଥିବା ଅଭିଯୋଗ ହୋଇଛି । ଏପରିକି ଟୋଲଗେଟର କିଛି କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

You might also like