ରାୟଗଡ଼ା କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଉତ୍ତେଜନା, ଟିକା ନେବା ପାଇଁ ପରସ୍ପର ଭିତରେ ଗଣ୍ଡଗୋଳ

ରାୟଗଡ଼ା: ଟିକା ନେବାକୁ ଉତ୍ତେଜନା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁଟିପେଣ୍ଠ କୋଭିଡ୍‌ ଟିକା କେନ୍ଦ୍ରରେ ଟିକା ନେବାକୁ ଉତ୍ତେଜନା। ଏହି କେନ୍ଦ୍ରକୁ ମାତ୍ର ୨୦୦ଜଣଙ୍କ ପାଇଁ ଟିକା ଆସିଥିବା ଖବର ପ୍ରଚାରିତ ହେବାପରେ ଲୋକଙ୍କ ଭିତରେ ଟିକା ନେବାପାଇଁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା।

ଲକ୍‌ଡାଉନ୍‌ ସମୟରେ କୋଭିଡ୍‌ କଟକଣାକୁ ନମାନି ପରସ୍ପର ସହ ଟିକା ନେବା ପାଇଁ ଗଣ୍ଡଗୋଳ ହୋଇଥିଲା। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.