FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ ପାଇଁ ଖେଳସୂଚୀ ପ୍ରକାଶ, ଜାନୁଆରୀ ୧୩ରେ ଭୁବନେଶ୍ୱରରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର (କେନ୍ୟୁଜ): FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ୨୦୨୩ ପାଇଁ ଖେଳସୂଚୀ ପ୍ରକାଶ । ଜାନୁଆରୀ ୧୩ ତାରିଖରେ ଭୁବନେଶ୍ୱରରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ । ସାମ୍ନାସାମ୍ନି ହେବେ ସାଉଥ୍‌ ଆଫ୍ରିକା-ଆର୍ଜେଣ୍ଟିନା । ପୁରୁଷ ହକି ବିଶ୍ୱକପ୍‌ରେ ଖେଳାଯିବ ମୋଟ ୪୪ଟି ମ୍ୟାଚ । ପ୍ରଥମ ଥର ପାଇଁ ରାଉରକେଲାରେ ଖେଳାଯିବ ବିଶ୍ୱକପ୍‌ ହକି ମ୍ୟାଚ । ପ୍ରଥମ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ସଂଧ୍ୟା ୫ଟାରେ ଇଂଲଣ୍ଡ-ୱେଲ୍ସ ମଧ୍ୟରେ ମୁକାବିଲା ଏବଂ ଦ୍ୱିତୀୟଟି ଭାରତ-ସ୍ପେନ୍‌ ମଧ୍ୟରେ ଖେଳାଯିବ । ଜାନୁଆରୀ ୨୯ରେ ଭୁବନେଶ୍ୱରରେ ଖେଳାଯିବ ଫାଇନାଲ୍‌ ମ୍ୟାଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.