ଏସଆରଏଫଟିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

କୋଲକାତା (କେନ୍ୟୁଜ୍): ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଆଜି କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ ନିର୍ଦ୍ଦେଶକ ଥିବା ପ୍ରଫେସର୍ ସମୀରଣ ଦତ୍ତ ଆଜି ତାଙ୍କୁ କାର୍ଯ୍ୟଭାର ଅର୍ପଣ କରିଛନ୍ତି ।

ଏସଆରଏଫଟିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ଖଟୁଆ କହିଥିଲେ ଯେ “ଏହି ପ୍ରତିଷ୍ଠାନ ଚଳଚ୍ଚିତ୍ର ସଂସ୍କୃତିର ବିକାଶ ପାଇଁ ସମର୍ପିତ। ନିର୍ଦ୍ଦେଶକ ଭାବେ ଏହି ଧାରାକୁ ଆଗକୁ ବଢ଼ାଇବି । ନୂତନ ପ୍ରତିଭା ସୃଷ୍ଟି କରିବା ଦିଗରେ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଆଭିମୁଖ୍ୟକୁ ଆହୁରି ଲୋକାଭିମୁଖୀ କରାଇବା ପାଇଁ ଚେଷ୍ଟା କରିବେ ବୋଲି ହିମାଂଶୁ ଖଟୁଆ କହିଛନ୍ତି ।

ଏହି ସମୟରେ ଏସଆରଏଫଟିର ରେଜିଷ୍ଟ୍ରାର ଡ. ସୁଶାନ୍ତ ଶର୍ମା, ଡିନ ଅଶୋକ ବିଶ୍ଵନାଥ,ଓ ସୁଧିନ ବାନାର୍ଜୀ, ଅର୍ପିତା ଗୁପ୍ତା କୁଣ୍ଡୁ,ବିରଜା ପ୍ରସନ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.