ରାଜ୍ୟ

କିସ୍‌ ରଗ୍‌ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ମିଳିଲା ଦାଦା ସାହେବ ଫାଲ୍‌କେ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ରଗ୍‌ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‌କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏକାଦଶ ଦାଦା ସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିସ୍‌ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍‌ ରଗ୍‌ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ବର୍ଷରୁ କମ୍‌ ଆନ୍ତର୍ଜାତୀୟ ରଗ୍‌ବୀ ଚାମ୍ପିଅନ୍‌ ହେଲେ ତା ଉପରେ ଏକ ନିଛକ ପ୍ରେରଣାଦାୟୀ ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’ ।

୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍‌ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତ ଦେଖାଇ ଆସିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି । କିସରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କିସରେ କ୍ରୀଡ଼ା ସହିତ ଅନ୍ୟ ଅନେକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ୨୦୦୫ ମସିହାରେ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସରେ ରଗ୍‌ବୀକୁ ସୁଯୋଗ ଦେଇଥିଲେ । ୨୦୦୭ରେ କିସ୍‌ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍‌ ରଗ୍‌ବୀ ଦଳ ଆନ୍ତର୍ଜାତିକ ରଗ୍‌ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠାତା ଡ. ସାମନ୍ତ ଏକ ଚ୍ୟାଲେଞ୍ଜ ନେଇ ଏହି ରଗ୍‌ବୀ ଦଳକୁ ଲଂଲଣ୍ଡ ପଠାଇଥିଲେ ।

ଲଂଲଣ୍ଡରେ କିସ୍‌ ରଗ୍‌ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍‌ ହୋଇଥିଲା । ଏହା ଥିଲା କିସ୍‌ ରଗ୍‌ବୀ ସଫଳତାର ପ୍ରଥମ ସୋପାନ । ସେଦିନର ଡ. ସାମନ୍ତଙ୍କ ସେହି ଦୂରଦୃଷ୍ଟିକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି । ମୋଟାମୋଟି ଉପରେ ସୁଯୋଗ ମିଳିଲେ କୌଣସି କାର୍ଯ୍ୟ ଅସାଧ୍ୟ ରହିଯିବ ନାହିଁ ଏବଂ କ୍ରୀଡ଼ା ଓ ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ ସହ ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ବ୍ରତୀ କରିଥାଏ ବୋଲି ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ର ପ୍ରମାଣ କରିଥାଏ । ଯାହା କିସ୍‌ ଜରିଆରେ ହିଁ ସମ୍ଭବ ହୋଇପାରୁଛି ବୋଲି ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରି ଅନୁଭବ କରିଥିଲେ ।

ଜଙ୍ଗଲ କ୍ରାଏର ସଫଳତାରେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ସେମାନେ କିସ୍‌ର ସ୍ୱପ୍ନକୁ ସାକାର କରି ଏହା ଉପରେ ଏକ ଚଳଚ୍ଚିତ୍ର ନର୍ମାଣ କରିପାରିଛନ୍ତି । ଏହା ସହିତ ଚଳଚ୍ଚିତ୍ର ଚୟନକାରୀଙ୍କୁ ମଧ୍ୟ ଡ. ସାମନ୍ତ ଧନ୍ୟବାଦ ଜଣାଇ କହିଛନ୍ତି ୨୦୦୭ରେ ଇଂଲଣ୍ଡରେ କିସ୍‌ ରଗ୍‌ବୀ ଦଳ ଯେଭଳି ସମସ୍ତ ଭୌଗୋଳିକ, ସାଂସ୍କୃତିକ ଓ କୌଶଳଗତ ବାଧାବିଘ୍ନକୁ ସାହସର ସହ ଅତିକ୍ରମ କରି ବିଶ୍ୱ ଚାମ୍ପିଅନ୍‌ ହେବା ସହ ଜନଜାତି ପିଲାମାନେ ଯେଭଳି ନାଁ କମେଇଥିଲେ ତାହା ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

14 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

30 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

43 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

52 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

55 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago