ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଓ ଘର ଦେବାକୁ କହି ନେଇଥିଲା ଟଙ୍କା

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ଜମି ଦେବା ନାଁରେ ଠକେଇ କରିବା ଅଭିଯୋଗରେ ନିରଞ୍ଜନକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଏକାଧିକ ଲୋକଙ୍କୁ ଜମି ଓ ଘର ଦେବାକୁ କହି ନେଇଥିଲା ଲକ୍ଷ ଲକ୍ଷ ଟଙ୍କା । ଟଙ୍କା ନେବାପରେ ଆଉ ଧରା ଛୁଆଁ ଦେଉନଥିଲେ ନିରଞ୍ଜନ । ଠକେଇ ଟଙ୍କାରେ ସିନେମା କରୁଥିଲେ ନିରଞ୍ଜନ ।

ଗିରଫ ପରେ ନିରଞ୍ଜନଙ୍କ ଠାରୁ 3 ଲକ୍ଷ 90 ହଜାର ଟଙ୍କା ସହ ଏକ ଫରଚୁନର କାର ଏବଂ 2 ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ । ବିଭିନ୍ନ ଥାନାରେ ନିରଞ୍ଜନ ରଣାଙ୍କ ନାରେ ରହିଛି 21 ରୁ ଅଧିକ ମାମଲା । ଆଗକୁ ନିରଞ୍ଜନକୁ ରିମାଣ୍ଡରେ ନେବାକୁ ମଧ୍ୟ ଯୋଜନା ରଖିଛି ପୋଲିସ । ଗୋଟିଏ ଜମି ଏବଂ ଘରକୁ ମଧ୍ୟ ଏକାଧିକ ବାର ଲୋକଙ୍କୁ ବିକ୍ରି କରିଛି ଅଭିଯୁକ୍ତ ।

You might also like