ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ, ଗଣମାଧ୍ୟମକୁ କହିଲେ ଏ କଥା

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡରିଂ ଓ ବ୍ଲାକମେଲିଂ ଗୁମର ଭେଦୁଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ତଥା ବିଲଡର ପ୍ରମୋଦ ସ୍ୱାଇଁ । ଇଡିରେ ହାଜର ହେବା ବେଳେ ଗଣମାଧ୍ୟମକୁ ପ୍ରମୋଦ କହିଛନ୍ତି, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍‌ କରିଥିଲେ । ୨୦୧୭ରେ ପ୍ରମୋଦଙ୍କ ଘରେ ଭଡାରେ ରହୁଥିଲେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି । ସମସ୍ତ ତଥ୍ୟ EDରେ ଦେବାକୁ ଆସିଛି । ଫେରିଲା ପରେ ସବୁ କିଛି କହିବେ ବୋଲି କହିଛନ୍ତି ପ୍ରମୋଦ ସ୍ୱାଇଁ ।

ପ୍ରମୋଦଙ୍କୁ କିଭଳି ବ୍ଲାକମେଲ୍‌ କରିଥିଲେ ଅର୍ଚ୍ଚନା ? ଟଙ୍କା ମାଗିଥିଲେ କି ? ଅର୍ଚ୍ଚନାଙ୍କୁ ଟଙ୍କା ଦେଇଛନ୍ତି କି ପ୍ରମୋଦ ? ତାଙ୍କୁ ପଚରାଉଚରା ଚାଲିଛି । ଅର୍ଚ୍ଚନା ହନିଟ୍ରାପର କାରବାର ପ୍ରମୋଦଙ୍କ ଘରୁ ଆରମ୍ଭ କରିଥିବା ସୂଚନା ମିଳିଛି । ତାଙ୍କ ଘରକୁ କେଉଁ ବଡ଼ବଡ଼ିଆ ଆସୁଥିଲେ ? ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ଶ୍ରଦ୍ଧାଞ୍ଜଳିଙ୍କ ସମେତ ଆଉ କେଉଁ ଯୁବତୀ ? ଏଦିଗରେ ବି ତାଙ୍କଠାରୁ ତଥ୍ୟ ହାସଲ କରିବ ତଦନ୍ତକାରୀ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.