ଆଜି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ ଓ ଅରୁଣ ଗୋଭିଲ, ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ

ବିଜେପି ଫୋକସରେ ଓଡ଼ିଶା। ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି କେନ୍ଦ୍ରୀୟ ନେତା ।

ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା । ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି କେନ୍ଦ୍ରୀୟ ନେତା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ କରିଛି ବଡ଼ ପ୍ଲାନ । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ସ୍ମୃତି ଇରାନୀ ଓ ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋଭିଲ ।

ସେ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣା ସଭାରେ ଯୋଗ ଦେବେ । ସେହିପରି ସମ୍ବଲପୁର, ଦେବଗଡ଼, ଚମ୍ପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

Leave A Reply

Your email address will not be published.