ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା, ଅପରାହ୍ନ ୩ଟାରେ ଘୋଷଣା କରିବେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା। ଅପରାହ୍ନ ୩ଟାରେ ଚୂଡ଼ାନ୍ତ ତାଲିକା ଘୋଷଣା କରିବେ ରିଟର୍ଣ୍ଣିଂ ଅଫିସର। ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଦ୍ଧିବଦ୍ଧ ଭାବେ ବିଜୟୀ ଘୋଷଣା କରାଯିବ। ରିଟର୍ଣ୍ଣିଂ ଅଫିସର ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବେ। ବିଜେଡିର ୪ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ କୌଣସି ପ୍ରାର୍ଥୀ ନଥିବାରୁ ସେମାନେ ନିର୍ବାଚିତ ହେବେ। ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହା ଭିତରେ ରହିଛି ଓଡ଼ିଶାର ୪ଟି ରାଜ୍ୟସଭା ଆସନ । ସରୋଜିନୀ ହେମ୍ବ୍ରମ୍, ନରେନ୍ଦ୍ର କୁମାର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଖାଲି ପଡ଼ିଛି ଅନୁଭବ ମହାନ୍ତିଙ୍କ ଆସନ ।