ବାଲେଶ୍ୱର: ବନ୍ଧୁକ ମୁନରେ ୨୪ ଘଣ୍ଟା ପଣବନ୍ଦୀ, ଶେଷରେ ଅପହୃତ ହେଲେ ଉଦ୍ଧାର
ସୋର(କେନ୍ୟୁଜ୍): ବେଙ୍ଗାଲୁରୁରେ ଏକ କ୍ୟାଣ୍ଟିନରେ କାମ କରୁଥିବା ସୋର କେଶପୁରର ତାପସ ମହାନ୍ତି ୧୦ଦିନ ତଳେ ଘରକୁ ଫେରିଥିଲେ। ଫେବୃଆରି ୨୮ ତାରିଖରେ ତାଙ୍କ ନିକଟକୁ ଅଜଣା ନମ୍ବରରୁ ଏକ ଫୋନ କଲ ଆସିଥିଲା। କୋଲକାତାରେ ଚାକିରି କରିବାରୁ ଫୋନରେ କୁହାଯିବାରୁ ସେ ତୁରନ୍ତ ଯାଇଥିଲେ। ପରେ ତାଙ୍କ ସ୍ତ୍ରୀ ସୁକାନ୍ତୀଙ୍କ ନିକଟକୁ ଏକ ଫୋନରେ ତାପସଙ୍କୁ ଅପହରଣ କରାଯାଇଥିବା କୁହାଯାଇଥିଲା। ଅପହରଣକାରୀ ୮ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।
ଆକାଉଣ୍ଟକୁ ଟଙ୍କା ନପଠାଇଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ପରେ ସେହି ନମ୍ବରରୁ ତାପସଙ୍କ ହାତ ଗୋଡ ବନ୍ଧା ଯାଇଥିବା ଭିଜୁଆଲ୍ ପରିବାର ନିକଟକୁ ଆସିଥିଲା। ତାପସଙ୍କୁ ମୁକୁଳାଇବା ପାଇଁ ପରିବାର ୫୦ହଜାର ଟଙ୍କା ଡିପୋଜିଟ୍ କରିଥିବା କହିଥିଲେ । ତାପସଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ପୋଲିସ ସହାୟତାରେ ତଦନ୍ତ କରି ଶେଷରେ ତାପସଙ୍କୁ ଅପହରଣକାରୀଙ୍କ ଠାରୁ ମୁକୁଳାଇଛି ପୋଲିସ।