ଶେଷରେ ଗଡ଼ିଲା ନନ୍ଦିଘୋଷ, ରାତି ୭ଟା ୪୫ରେ ଟଣାଗଲା କଳା ଠାକୁରଙ୍କ ରଥ

ବିଳମ୍ବରେ ଗଡ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ୭ଟା ୪୫ରେ ଗଡ଼ିଥିଲା ନନ୍ଦିଘୋଷ। ଅଳ୍ପ କିଛି ବାଟ ଗଡ଼ିବା ପରେ ଆଜି ପାଇଁ ବନ୍ଦ ହେଲା ରଥଟଣା। ଆସନ୍ତାକାଲି ସକାଳେ ରଥଟଣା ହେବ। କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବଳଭଦ୍ରଙ୍କ ରଥଟଣାରେ ସମୟ ଲାଗିଥିଲା। ସମୟ ଅଧିକ ହୋଇଥିବାରୁ ବିଧି ପାଇଁ ନନ୍ଦିଘୋଷ ରଥ ଅଳ୍ପ ଟଣା ହୋଇଛି।

ଆସନ୍ତାକାଲି ମହାପ୍ରଭୁଙ୍କ ରଥଟଣା ହେବ। ନିର୍ଘଣ୍ଟ ଅନୁଯାୟୀ ପହଣ୍ଡି ବିଜେ ହୋଇଥଲା। ୪ଟା ସୁଦ୍ଧା ସମସ୍ତ ରୀତିନୀତି ସରିଥିଲା। ଏବର୍ଷ ଆକଳନ ଠାରୁ ଦେଢ଼ଗୁଣ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ଆଇନ ମନ୍ତ୍ରୀ କହିଛନ୍ତି। କାଲି ସକାଳ ସାଢ଼େ ୯ଟାରେ ରଥଟଣା ହେବ। ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ। ମହାପ୍ରଭୁଙ୍କ ଇଛାରେ ସବୁ କିଛି ହେଉଛି। ଠିକ ସମୟରେ ନିତିକାନ୍ତି ହୋଇଥିଲା। କାଲି ଭକ୍ତମାନେ ମହାପ୍ରଭୁଙ୍କ ରଥ ଟାଣିବାକୁ ସୁଯୋଗ ପାଇବେ। ବଳଭଦ୍ରଙ୍କ ରଥ ମୋଡ଼ ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା।